ପୁଣେ,୨୨।୧୨: ଶୁଆ ପାଇଁ ଛାଡପତ୍ର। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୁଣେରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପାଇଁ ଆଫ୍ରିକୀୟ ଧୂସର ଶୁଆକୁ ଫେରାଇବାକୁ ଦାବି କରିଥିଲେ। ବିବାହ ପୂର୍ବରୁ ସେ ତାଙ୍କୁ ଏହି ଶୁଆ ଉପହାର ଦେଇଥିଲେ।
ପରିବାର କୋର୍ଟରେ ଆଡଭୋକେଟ ଭାଗାଶ୍ରୀ ସୁଭାଷ ଗୁଜର କହିଛନ୍ତି, ସ୍ତ୍ରୀଙ୍କ ପକ୍ଷରୁ ଛାଡପତ୍ର ମାମଲା ରୁଜୁ ହୋଇଥିଲା। ଏହି ଛାଡ଼ପତ୍ର ମାମଲାରେ ସ୍ତ୍ରୀ ଭରଣପୋଷଣ ଦାବି କରି ନ ଥିଲେ। କାରଣ ସେ ଆପୋଷ ସମାଧାନ ମାଧ୍ୟମରେ ଛାଡପତ୍ର ଚାହୁଁଥିଲେ। କିନ୍ତୁ ସ୍ବାମୀ ତାଙ୍କୁ ବିବାହ ପୂର୍ବରୁ ଦେଇଥିବା ଆଫ୍ରିକୀୟ ଧୂସର ଶୁଆକୁ ଫେରାଇ ଆଣିବାକୁ ଜିଦ ଧରିଥିଲେ। କିନ୍ତୁ ସ୍ତ୍ରୀ ଶୁଆ ଦେବାକୁ ପ୍ରସ୍ତୁତ ନ ଥିଲେ। ପୁନର୍ବାର କାଉନସେଲିଂ ପରେ ସ୍ତ୍ରୀ ଶୁଆଟିକୁ ଫେରାଇବାକୁ ରାଜି ହେଲେ ଏବଂ ଏହା ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା।