ବର୍ଷାରେ ଗ୍ଲୋଇଂ ସ୍କିନ୍‌ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ବର୍ଷାଦିନେ ସୁନ୍ଦର ଓ ଗ୍ଲୋଇଂ ତ୍ୱଚା ପାଇବା ନିମନ୍ତେ କିଭଳି ଯତ୍ନ ନେବାକୁ ହେବ ଜାଣିରଖନ୍ତୁ।

ତ୍ୱଚାକୁ ସୁନ୍ଦର କରିବା ପାଇଁ ପ୍ରଥମେ କ୍ଲିଞ୍ଜର ଲଗାନ୍ତୁ। ଯେକୌଣସି ପ୍ରକାରର ଲାଇଟ୍‌ କ୍ଲିଞ୍ଜର ବ୍ୟବହାର କରନ୍ତୁ। ଏହାଦ୍ୱାରା ପ୍ରାକୃତିକଭାବେ ତ୍ୱଚା ଚିକ୍କଣ ରହିଥାଏ। ତେବେ ମୁହଁକୁ ସଫା କରିବା ପାଇଁ ସବୁବେଳେ ଭଲ କ୍ୱାଲିଟିର କ୍ଲିଞ୍ଜର ବ୍ୟବହାର କରନ୍ତୁ।
ବର୍ଷାଦିନେ ତ୍ୱଚା ସାମାନ୍ୟ ଢିଲା ହୋଇଥାଏ। ତେଣୁ ପ୍ରତିଦିନ ମଶ୍ଚରାଇଜର ଲଗାନ୍ତୁ। ଫଳରେ ତ୍ୱଚା ସୁନ୍ଦର ଦେଖାଯିବ।
ବର୍ଷାଦିନେ ବି ବାହାରକୁ ବାହାରିଲେ ସନ୍‌ସ୍କ୍ରିନ୍‌ ଲୋସନ ଲଗାନ୍ତୁ। ଏହି ଋତୁରେ ତ୍ୱଚା ଅଧିକ ଅଏଲି ଦେଖାଯାଏ, ତେଣୁ ୱାଟରବେସ୍‌ ସନ୍‌ସ୍କ୍ରିନ୍‌ ଲୋଶନ ଲଗାଇବା ଦରକାର। ସାଧାରଣତଃ ଖରାଦିନେ ସନ୍‌ସ୍କ୍ରିନ୍‌ ଲୋସନ ଲଗାଇବା ଦରକାର ବୋଲି ଲୋକେ ଭାବିଥାନ୍ତି। ମାତ୍ର ଏହି ଧାରଣା ଭୁଲ୍‌। ସବୁ ଋତୁରେ ସନ୍‌ସ୍କ୍ରିନ୍‌ ଲୋଶନ ଲଗାଇବାକୁ ହୋଇଥାଏ।
ବର୍ଷାଦିନେ ଯଦି ମେକ୍‌ଅପ୍‌ ନେଉଛନ୍ତି ତେବେ ବ୍ଲଟିଂ ପେପର ବ୍ୟବହାର କରନ୍ତୁ। ଏଥିରେ ମେକ୍‌ଅପ୍‌ ଭଲଭାବେ ସେଟ୍‌ ହୋଇ ରହିବ ଓ ମୁହଁରେ ଥିବା ଅତ୍ୟଧିକ ତୈଳ ଅଂଶ କମ୍‌ ହୋଇଯିବ।
ବର୍ଷାଦିନେ ତ୍ୱଚାର ଗ୍ଲୋ ବଢ଼ାଇବା ପାଇଁ ଉଷୁମପାଣିରେ ମୁହଁ ଧୁଅନ୍ତୁ। ଏହା ସହ ମଝିରେ ମଝିରେ ସ୍କ୍ରବ୍‌ ନିଶ୍ଚୟ କରନ୍ତୁ। ପାଣି ଅଧିକ ପିଅନ୍ତୁ। ଏହା ବ୍ୟତୀତ ଭିଟାମିନ୍‌ ସି ସେରମ୍‌ ଲଗାନ୍ତୁ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଥାଏ। ତେଣୁ ଏହା ତ୍ୱଚା ପାଇଁ ବହୁ ଜରୁରୀ। ପ୍ରତିଦିନ ଏହାର ବ୍ୟବହାର ଫଳରେ ସ୍କିନ୍‌ ଟାଇଟ୍‌ ହେବା ସହ ବ୍ରଣ ଦାଗ ମଧ୍ୟ ରହି ନ ଥାଏ।