Categories: ଜାତୀୟ

ଭାରତ-ପାକ କଥାବାର୍ତ୍ତା ଲାଗି ଆତଙ୍କ, ଶତ୍ରୁତା ମୁକ୍ତ ବାତାବରଣ ଜରୁରୀ

ନୂଆଦିଲ୍ଲୀ,୩।୮: ଭାରତ ଗୁରୁବାର ପଡୋଶୀ ଦେଶ ପାକିସ୍ତାନକୁ କଡ଼ା ଜବାବ ଦେଇ ସ୍ପଷ୍ଟ କରିଛି ଯେ ଯଦି ସେ ଭାରତ ସହ ଆଲୋଚନା କରିବାକୁ ଚାହୁଁଛି ତେବେ ଆତଙ୍କବାଦ ଏବଂ ଶତ୍ରୁତା ମୁକ୍ତ ପରିବେଶ ଏଥିପାଇଁ ଆବଶ୍ୟକ। ବାସ୍ତବରେ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପୁଣି ଥରେ ଭାରତ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଆମେ ଏହି ରିପୋର୍ଟ ଦେଖିଛୁ। ଭାରତର ଆଭିମୁଖ୍ୟ ହେଉଛି ଯେ ଆମେ ସମସ୍ତ ଦେଶ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛୁ … କିନ୍ତୁ ଏଥିପାଇଁ ଆତଙ୍କ ଏବଂ ଶତ୍ରୁତା ମୁକ୍ତ ପରିବେଶ ସୃଷ୍ଟି କରିବାକୁ ପଡିବ।

Share