ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଚାହୁଁଛନ୍ତି କି? ବାସ୍ତୁ ସାହାଯ୍ୟରେ କରନ୍ତୁ ସମାଧାନ

ଜୀବନରେ ଆଗକୁ ବଢ଼ିବାକୁ ହେଲେ ମନରେ ଆତ୍ମବିଶ୍ୱାସ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ବ୍ୟକ୍ତିଙ୍କ ଆତ୍ମବିଶ୍ୱାସର ଅଭାବ ଥାଏ, ତେବେ ସେ କୌଣସି ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ ନାହିଁ। ଆତ୍ମବିଶ୍ୱାସର ଅଭାବ ହେତୁ ଜଣେ ବ୍ୟକ୍ତି ନିଜ କଥାକୁ ଠିକ ଭାବେ କହିବାକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେବେ ଜାଣନ୍ତୁ ବାସ୍ତୁ ଅନୁଯାୟୀ କିପରି ଜୀବନରେ ଆତ୍ମବିଶ୍ୱାସର ଅଭାବ ଦୂର ହେବ।

ପିତ୍ତଳ ଧାତୁରେ ନିର୍ମିତ ସିଂହକୁ ଘରର ପୂର୍ବ ଦିଗରେ ରଖିଲେ ବ୍ୟକ୍ତିଙ୍କୁ ଅତ୍ୟଧିକ ଆତ୍ମବିଶ୍ୱାସ ମିଳିଥାଏ।

ଅଧ୍ୟୟନ ସମୟରେ, ପୂର୍ବ ଦିଗ ଆଡ଼କୁ ମୁହଁ କରିବା ସକରାତ୍ମକତା ଶକ୍ତି ଓ ଆତ୍ମବିଶ୍ୱାସ ବଢ଼ାଇଥାଏ।

ସର୍ବପ୍ରଥମେ, ଆପଣଙ୍କ ଘରର ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ଝରକା ଏବଂ କବାଟ ଖୋଲନ୍ତୁ, କାରଣ ବ୍ରହ୍ମାଣ୍ଡର ସକରାତ୍ମକ ଶକ୍ତି ଏହି ଦିଗରୁ ଆସିଥାଏ।

ଡାହାଣ ପାର୍ଶ୍ୱରେ ତୁମର ଟେବୁଲ ଉପରେ ମନିପ୍ଲାଣ୍ଟ ରଖନ୍ତୁ।

ଯଦି ଅଫିସରେ କାମ କରୁଛନ୍ତି, ତେବେ ତୁମର ଟେବୁଲ ଚେୟାର ନିକଟରେ ଏକ ମନିପ୍ଲାଣ୍ଟ, ଶୋପିସ, ପଥର କିମ୍ବା ବଲ ରଖନ୍ତୁ ।

ଆତ୍ମବିଶ୍ୱାସର କ୍ରମାଗତ ବୃଦ୍ଧି ପାଇଁ, ଏହାକୁ ଟେବୁଲ ସାମ୍ନା ବସିବା ଚେୟାରଠାରୁ କମ୍‌ ଦୂରରେ ରଖନ୍ତୁ।

ସମୟ ସୂଚାଇବା ପାଇଁ ଘରର ଗୋଟିଏ କୋଠରୀରେ ଏକ ପେଣ୍ଡୁଲମ କାନ୍ଥ ଘଣ୍ଟା ରଖନ୍ତୁ ।