ଜବ୍‌ ସହିତ କ୍ୟାରିୟର୍‌ ଗଢିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଅଧିକ ରୋଜଗାର କରିବା ଆଉ ନିଜ ପସନ୍ଦର କ୍ୟାରିୟର କରିବା, ଦୁଇଟା ଭିନ୍ନ କଥା। ସେଥିପାଇଁ ତ ଅନେକ ସମୟରେ ଚାକିରି କରିବା ପରେ ବି ପାଠପଢ଼ା ସରି ନ ଥାଏ। ଗୋଟିଏ ପଟେ କର୍ମକ୍ଷେତ୍ରର ଦାୟିତ୍ୱ ଅନ୍ୟପଟେ ପାଠପଢ଼ା ପାଇଁ ସମୟ ବାହାର କରିବା କୌଣସି ଚ୍ୟାଲେଞ୍ଜ ଠାରୁ କମ୍‌ ନୁହେଁ…

ଭଲ ଜବ୍‌ କରିବା ପରେ ବି ସନ୍ତୁଷ୍ଟ ନ ଥାନ୍ତି ଅନେକେ। ଜବ୍‌ ସହିତ ସେମାନେ ପୁଣି ଅଧିକ ପାଠ ପଢ଼ି ନିଜକୁ ବିଭିନ୍ନ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରୁଥାନ୍ତି। କାହିଁକିନା ସେମାନେ ନିଜ ସ୍ବପ୍ନର କ୍ୟାରିୟର ଗଢ଼ି ନ ଥାନ୍ତି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅହରହ ଚେଷ୍ଟା ଚଳାଇଥାନ୍ତି। ଚାକିରି କରି ଭଲ ରୋଜଗାର କରିବା ପରେ ବି ସେମାନେ ପାଠପଢ଼ା ପାଇଁ ପ୍ରତି ମୁହୂର୍ତ୍ତରେ ବ୍ୟସ୍ତ ରହିଥାନ୍ତି। ନିଜ ସ୍ବପ୍ନ ପୂରା କରିବା ପାଇଁ ଯେମିତି ସେମାନେ ସଙ୍କଳ୍ପ କରି ନେଇଥାନ୍ତି। ନିଜର ଜିଦ୍‌କୁ କେବେ କମ୍‌ କରିବାକୁ ଦିଅନ୍ତି ନାହିଁ। ଏଭଳି ଏକ ପରିସ୍ଥିତିରେ କର୍ମଜୀବୀ ମହିଳା କିଭଳି ସମୟ ବାହାର କରିବେ ସେନେଇ କେତେକ ଦିଗ ପ୍ରତି ଧ୍ୟାନଦିଅନ୍ତୁ।
ଆଧୁନିକ ମାଧ୍ୟମ: ଚାକିରି ସହ ପାଠପଢ଼ା ଜାରି ରଖିବାକୁ ହେଲେ କିଛି ଆଧୁନିକ ମାଧ୍ୟମ ଆପଣେଇବାକୁ ହେବ। ଏଥିପାଇଁ ଆପଣ ଏକ ଟାବ୍‌ଲେଟ୍‌ କିଣି ନିଜ ପାଖରେ ରଖନ୍ତୂୁ। ଏହି ମାଧ୍ୟମରେ ପାଠ ପଢ଼ିବା ସହଜ ହୋଇପାରିବ। ଏହାକୁ ଯେକୌଣସି ସ୍ଥାନକୁ ସାଙ୍ଗରେ ନେଇ ଯାଇପାରିବେ। ଅବଶ୍ୟ ଏସବୁ କାମ ସ୍ମାର୍ଟ ଫୋନ୍‌ରେ ମଧ୍ୟ ହୋଇପାରିବ, ମାତ୍ର ଟାବ୍‌ଲେଟ୍‌ ମାଧ୍ୟମରେ ନୋଟ୍‌ ତିଆରି କରିବା ଓ ପଢ଼ିବା ଅଧିକ ସହଜ ହୋଇପାରିବ। ତେଣୁ ନିଜ ବଜେଟ ହିସାବରେ ଏକ ଟାବ୍‌ଲେଟ୍‌ କିଣି ସେହି ମାଧ୍ୟମରେ ନିଜ ପାଠପଢ଼ା ପ୍ରସ୍ତୁତି କରନ୍ତୁ।
ସ୍ମାର୍ଟ ଷ୍ଟଡି: ବିଭିନ୍ନ ପ୍ରକାର ଆପ୍‌ ମାଧ୍ୟମରେ ଏବେ ପାଠ ପଢ଼ିବା ବହୁ ସହଜ ହୋଇପାରୁଛି। ତେଣୁ ଟାବ୍‌ଲେଟ୍‌ରେ ଯେକୌଣସି ଆପ୍‌ ଡାଉନଲୋଡ୍‌ କରି ସେହି ମାଧ୍ୟମରେ ନିଜର ନୋଟ୍‌ କରନ୍ତୁ। ନିଜ ବିଷୟବସ୍ତୁ ଓ ଚାପ୍ଟର ଅନୁସାରେ ନୋଟ୍‌ ତିଆରି କରନ୍ତୁ। ଏପରି କରିବା ଫଳରେ ସବୁ ଚାପ୍ଟର ଖୋଜିବା ପାଇଁ ଅଧିକ ସମୟ ଲାଗିବ ନାହିଁ। ଏହି ଆପ୍‌ ମାଧ୍ୟମରେ ନିଜ ନୋଟ୍‌କୁ ଭିନ୍ନ ପେଜ୍‌ ଅନୁସାରେ ଅଲଗା ରଙ୍ଗ ଦେଇପାରିବେ, ଫଳରେ ପାଠ ପଢ଼ିବା ପ୍ରତି ଅଧିକ ଆକର୍ଷଣ ରହିବ ଓ ସହଜରେ ପାଠ ଖୋଜିଲେ ମିଳିଯିବ। ଏହା ସହ ପ୍ରତି ନୋଟ୍‌ ଅନୁସାରେ ନିଜ ବିଷୟ ଅନୁଯାୟୀ ଲିଙ୍କ୍‌ ମଧ୍ୟ ରଖିପାରିବେ ଓ ଆବଶ୍ୟକ ସମୟରେ ଖୁବ୍‌ଶୀଘ୍ର ଖୋଜିପାରିବେ। ତେଣୁ ଟାବ୍‌ଲେଟ୍‌ କିଣି ଏହିସବୁ ଆପ୍‌ ମାଧ୍ୟମରେ ସ୍ମାର୍ଟ ଷ୍ଟଡି ଆପଣାଇବା ହିଁ ଅଧିକ ଫଳପ୍ରଦ।
ଛୁଟିଦିନରେ: ଅଫିସରେ ସମସ୍ତଙ୍କ ପାଇଁ ସାପ୍ତାହିକ ଛୁଟିର ବ୍ୟବସ୍ଥା ରହିଥାଏ। ତେଣୁ ଏହିଦିନ ଆପଣ ଅଧିକ ସମୟ ପଢ଼ିବା ପାଇଁ ସ୍ଥିର କରନ୍ତୁ। ଯଦି ପାଠ ପଢ଼ିବା ହିଁ ଏବେ ମୁଖ୍ୟ ଲକ୍ଷ୍ୟ ହୋଇଥାଏ ତେବେ ଛୁଟିଦିନରେ ଅନ୍ୟ କୌଣସି କାମ ରଖନ୍ତୁ ନାହିଁ। ବରଂ ଘରର ଅନ୍ୟ କାମ ସବୁ ଅଫିସ ଥିବା ଦିନଗୁଡ଼ିକରେ ଶେଷ କରିଦିଅନ୍ତୁ। ତା’ହେଲେ ଛୁଟିଦିନରେ ପଢିବା ପାଇଁ ଅଧିକ ସମୟ ପାଇପାରିବେ। ପାଠପଢ଼ାରେ ଅପ୍‌ଡେଟ୍‌ ରହିବା ପାଇଁ ଇଣ୍ଟରନେଟ୍‌ ବ୍ୟବହାର କରି ନିଜକୁ ଅପ୍‌ଡେଟ୍‌ ରଖନ୍ତୁ।
ଯେକୌଣସି ସମୟରେ: ଅଫିସ୍‌ରେ କିଛି ସମୟ ଫାଙ୍କା ଥିବାବେଳେ ହେଉ ଅଥବା ବାହାରେ କୌଣସି ସ୍ଥାନରେ ବସିବା ସମୟରେ, ଯେକୌଣସି ମୁହୂର୍ତ୍ତରେ ବି ପଢ଼ିବା ପାଇଁ ଇଚ୍ଛା ହେଲେ ତୁରନ୍ତ ପଢ଼ନ୍ତୁ। ଏଥିପାଇଁ ଟାବ୍‌ଲେଟ୍‌ ହିଁ ମୁଖ୍ୟ ମାଧ୍ୟମ ହୋଇପାରିବ। ଟାବ୍‌ଲେଟ୍‌ ପାଖରେ ଥିଲେ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ ଆପଣ ଚାହିଁଲେ ପାଠ ପଢ଼ିପାରିବେ। ଏମିତିକି ବସ୍‌ କିମ୍ବା ଟ୍ରେନ୍‌ରେ ଯିବା ସମୟରେ ଅବା ଅଫିସ୍‌ ଭିତରେ ଫାଙ୍କା ଥିବା ସମୟରେ ବେଶ୍‌ ସହଜରେ ପଢ଼ାପଢ଼ି କରିପାରିବେ।
ଟାଇମ୍‌ ଟେବୁଲ: ପାଠପଢ଼ା ପାଇଁ ଅଧିକ ସମୟ ବାହାର କରିବାକୁ ହେଲେ ଘରର ତଥା ନିଜର ଅନ୍ୟ ସବୁ କାମ ପାଇଁ ଏକ ଟାଇମ୍‌ ଟେବୁଲ ତିଆରି କରିବାକୁ ହେବ। ଯଦି ଘରକାମ ପାଇଁ ଅଧିକ ସମୟ ଦେବାକୁ ପଡୁଥାଏ ତା’ହେଲେ ତାକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କରିବାକୁ ଚେଷ୍ଟା କରନ୍ତୁ। ଆବଶ୍ୟକ ହେଲେ କିଛିଦିନ ପାଇଁ ଘରକାମରେ ଆପଣ ଜଣେ ସହାୟକଙ୍କୁ ଆଣି ରଖନ୍ତୁ। କିନ୍ତୁ ସବୁ କାମ ଭିତରେ ନିଜ ଲକ୍ଷ୍ୟସ୍ଥଳକୁ ଆଦୌ ଭୁଲନ୍ତୁ ନାହିଁ। ଏପରି ହେଲେ ଆପଣଙ୍କୁ ପଢ଼ାପଢ଼ି ପାଇଁ ଅଧିକ ସମୟ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

ଲୁଣ-ହୀରା-ବ୍ରାଗ୍‌ ନିୟମ

କ୍ଷୁଦ୍ରାତି କ୍ଷୁଦ୍ର ଅଣୁ-ପରମାଣୁକୁ ନେଇ ପଦାର୍ଥ ଗଠିତ ହୋଇଥାଏ। ସବୁ ପଦାର୍ଥରେ ନ ହେଲେ ବି କେତେକ ପଦାର୍ଥ ଭିତରେ ସେହି ଅଣୁ-ପରମାଣୁଗୁଡ଼ିକ ସୁନ୍ଦର ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri