Categories: ଫୁରସତ

ଖ୍ରୀଷ୍ଟମାସ ଗିଫ୍ଟ ଦେବାକୁ ଚାହୁଁଛନ୍ତି କି? ତା’ ହେଲେ…

ଖ୍ରୀଷ୍ଟମାସ ଅବସରରେ ବନ୍ଧୁ ହୁଅନ୍ତୁ ଅବା କୌଣସି ସମ୍ପର୍କୀୟଙ୍କୁ ଯଦି କମ୍‌ ବଜେଟରେ କିଛି ଆକର୍ଷଣୀୟ ଉପହାର ଦେବାକୁ ଚାହୁଁଥାନ୍ତି, ତା’ହେଲେ ନିମ୍ନରେ ଦିଆଯାଇଥିବା କିଛି ଟିପ୍ସକୁ ଆପଣେଇ ପାରିବେ-

*ନିଜ ହାତରେ ଏକ ସୁନ୍ଦର ଖ୍ରୀଷ୍ଟମାସ ଗ୍ରିଟିଙ୍ଗ୍ସ କାର୍ଡ କରି ନିଜ ପ୍ରିୟଜନଙ୍କୁ ଦିଅନ୍ତୁ ନା, ଦେଖିବେ ଏହା କେମିତି ତାଙ୍କ ମୁହଁରେ ହସ ଫୁଟାଇଦେବ।

* ଚକୋଲେଟ୍‌ ବି ଏହି ବିଶେଷ ମୁହୂର୍ତ୍ତରେ ଦେବା ପାଇଁ ଏକ ଭଲ ଗିଫ୍ଟ ହୋଇପାରେ।

*ମେରି ଖ୍ରୀଷ୍ଟମାସ ପ୍ରିଣ୍ଟ ହୋଇଥିବା କୌଣସି କଫି ମଗ୍‌କୁ ଆପଣ ଚାହିଁଲେ ନିଜ ପ୍ରିୟଜନଙ୍କୁ ଦେଇ ଏହି ବିଶେଷ ଅବସରକୁ ଆହୁରି ସୁନ୍ଦର କରିପାରିବେ।

*ନାଚୁଥିବା କିମ୍ବା ଗୀତ ଗାଉଥିବା ଖେଳଣା ସାନ୍ତାକୁ ଏହି ଅବସରରେ ଛୋଟ ପିଲାଙ୍କୁ ଉପହାର ଦେଲେ ସେମାନେ ବହୁତ ଖୁସି ହୋଇଯାନ୍ତି। କେବଳ ଛୁଆ କାହିଁକି ଆପଣ ଚାହିଁଲେ ନିଜ ପ୍ରିୟଜନଙ୍କୁ ବି ଏହି ଉପହାର ଦେଇ ତାଙ୍କ ମୁହଁରେ ହସ ଫୁଟାଇପାରିବେ।

*ଆର୍ଟିଫିସିଆଲ୍‌ ଖ୍ରୀଷ୍ଟମାସ ଟ୍ରି ବି ଏଥିପାଇଁ ଏକ ସୁନ୍ଦର ବିକଳ୍ପ ହୋଇପାରେ।

*ଆଉ ସବୁଠୁ ଭଲ ଅପ୍ସନ ହେଲା ଖ୍ରୀଷ୍ଟମାସ କେକ୍‌। ଏହା ମୁହଁ ମିଠା କରିବା ସହ ସମ୍ପର୍କରେ ନିବିଡ଼ତା ଆଣିଥାଏ।

*ଯେହେତୁ ଏବେ ବି କରୋନା ମହାମାରୀକୁ ନେଇ ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ଭୟ କମି ନାହିଁ, ତେଣୁ ଆପଣ ନିଜ ପ୍ରିୟଜନଙ୍କୁ ସୁରକ୍ଷିତ ରହିବା ପାଇଁ ସାନିଟାଇଜର୍‌ କିମ୍ବା ମାସ୍କ ବି ଗିଫ୍ଟ ଆକାରରେ ଦେଇପାରିବେ।

Share