ସମ୍ପତ୍ତି ବଢାଇବାକୁ ଚାହୁଁଛନ୍ତିକି? ଆପଣାନ୍ତୁ ଏଭଳି ବାସ୍ତୁ ଉପାୟ…

ଧନପ୍ରାପ୍ତିର ଇଚ୍ଛା ସମସ୍ତଙ୍କର ଥାଏ। ସେଥିପାଇଁ କିଏ କେତେ ପରିଶ୍ରମ ବି କରିଥାନ୍ତି। ହେଲେ ଏମିତି କେତୋଟି ସହଜ ବାସ୍ତୁ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ଧନସମ୍ପତ୍ତି ବଢିଥାଏ ବୋଲି ବିଶ୍ୱାସ କରାଯାଏ…

* ଧନର ଦେବତା କୁବେର ହେଲେ ଉତ୍ତର ଦିଗର ସ୍ବାମୀ। ତେଣୁ ଏହି ଦିଗରେ ଟଙ୍କା ପଇସା ରଖାଯାଉଥିବା ଲକର୍‌, ଟ୍ରେଜେରୀ ଅଥବା ଆଲମାରୀକୁ ରଖିବା ଶୁଭ ହୋଇଥାଏ।

* ଲକର୍‌ କିମ୍ବା ଆଲମାରୀର ଠିକ୍‌ ସାମ୍ନାରେ ଦର୍ପଣକୁ ଏମିତି ରଖିବା ଦରକାର, ଯେମିତି ସେଥିରେ ଆଲମାରୀର ଛବି ଭଲଭାବେ ପ୍ରତିଫଳିତ ହେଉଥିବ। ଏହା ବି ଧନବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

* ବାଇଗଣୀ ରଙ୍ଗର କୁଣ୍ଡରେ ମନି ପ୍ଲାଣ୍ଟ ଗଛ ଲଗାଇବା ବି ଶୁଭଫଳ ଦେଇଥାଏ। କାରଣ ବାଇଗଣୀ ରଙ୍ଗକୁ ଧନର ପ୍ରତୀକ ବୋଲି କୁହାଯାଏ।

* ଘରର ମୁଖ୍ୟଦ୍ୱାର ନିକଟରେ ନାଲି କପଡ଼ାରେ କିଛି କଏନ୍‌ ବାନ୍ଧି ଟାଙ୍ଗିଲେ ବି ଧନ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

* ମନିପର୍ସରେ ଅଖଣ୍ଡିତ ୨୧ଟି ଅରୁଆ ଚାଉଳ ରଖିଲେ ପର୍ସରେ ସବୁବେଳେ ପଇସା ରହିଥାଏ ବୋଲି ବିଶ୍ୱାସ ରହିଛି।

* ତା’ସହିତ ମନିପର୍ସରେ ନୋଟ୍‌ ଟଙ୍କା ଓ ଖୁଚୁରା ଟଙ୍କାକୁ ଅଲଗା ଅଲଗା ରଖିବା ବି ଧନବୃଦ୍ଧିକୁ ପ୍ରବର୍ତ୍ତାଇଥାଏ।

* ଧନର ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ଏରୁଣ୍ଡି ବନ୍ଧକୁ ପୂଜା କରିବା ବି ଶୁଭଫଳ ଦେଇଥାଏ।

* ଘରର ଏରୁଣ୍ଡି ବନ୍ଧ ଯେମିତି ଭାଙ୍ଗି ନଥାଏ କିମ୍ବା ଫାଟି ନଥାଏ, ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।