‘ନବୀନ ପଟ୍ଟନାୟକଙ୍କ ସହ ଗୋଟିଏ ଥର ଦେଖା କରିବାକୁ ଚାହୁୁଁଛି’

ଭୁବନେଶ୍ୱର, ୫।୬: ଓଡ଼ିଶାରେ ଭାଜପା ବହୁମତ ପାଇ ସରକାର ଗଢିବାକୁ ଯାଉଛି। ଏହି ସମୟରେ ବ୍ରହ୍ମପୁର ଲୋକ ସଭା ଆସନରୁ ବିଜୟୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଗୋଟିଏ ଥର ଦେଖା କରିବାକୁ ଚାହୁୁଁଛି। ବିଲିୟନ ଡଲାର୍‌ ପ୍ରଶ୍ନଟେ ପଚାରିବି ଯାହା ତାଙ୍କ ମୋ ଭିତରର କଥା । ସୁନାମୀ ଆସିଛି , ପରିବର୍ତ୍ତନ ହେଇଛି । ଆଜି ଓଡ଼ିଶାବାସୀ ପ୍ରମାଣିତ କରିଦେଲେ ଓଡ଼ିଶା ଲୋକ ଠିକ ସମୟରେ ଠିକ ନିଷ୍ପତ୍ତି ନିଅନ୍ତି।

Share