ଛତ୍ରପୁର,୨୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର ସବୁ ବ୍ଲକକୁ ମୋବାଇଲ ସ୍ବାବ ସଂଗ୍ରହ ବୁଥ୍ ପଠାଯାଉଛି। ଆବଶ୍ୟକ ଅନୁସାରେ ବିଭିନ୍ନ ବ୍ଲକ ଅଧୀନ ଗାଁଗୁଡ଼ିକୁ ଉକ୍ତ ମୋବାଇଲ ସ୍ବାବ ସଂଗ୍ରହ ବୁଥ୍ ବୁଲୁଛି, ଏବଂ ଗାଁ ସ୍ତରରେ ସ୍ବାବ ସଂଗ୍ରହ କରାଯାଉଛି। ଟେଷ୍ଟିଂ ପାଇଁ ଆଉ କେହାକୁ ବାହାରକୁ ଯିବାକୁ ପଡ଼ିବନି। ଏସମ୍ପର୍କରେ ସ୍ବତନ୍ତ୍ର ଏଡିଏମ୍ ପାରୁଲ ପଟୱାରି ବୁଧବାର ଟୁଇଟ କରି ସୂଚନା ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ନିଜ ଗାଁରେ ନିଜର ସ୍ବାବ ଟେଷ୍ଟିଂ ପାଇଁ ନମୁନା ଦେବାକୁ ଚାଁହୁଛନ୍ତି, ଏସମ୍ପର୍କରେ ସ୍ଥାନୀୟ ବ୍ଲକ ଜରୁରୀ ନମ୍ବରକୁ ଫୋନ କରିପାରିବେ। ଅପରପକ୍ଷରେ ରିପୋର୍ଟ ସମ୍ପର୍କରେ ଜଣାଇବା ପର୍ଯ୍ୟନ୍ତ ସ୍ବାବ ନମୁନା ଦେଇଥିବା ବ୍ୟକ୍ତି ହୋମ କ୍ୱାରାଣ୍ଟାଇନ୍ରେ ରହିବାକୁ ସେ ଅନୁରୋଧ କରିଛନ୍ତି।