ନିର୍ମାତା କି ନିର୍ଦ୍ଦେଶକ ନୁହେଁ, ବୈଜ୍ଞାନିକ ହେବାକୁ ଚାହୁଁଥିଲେ…

ବଲିଡଡ୍‌ର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କର ଆଜି ହେଉଛି ଜନ୍ମଦିନ। ଉତ୍ତରପ୍ରଦେଶର ଗୋରଖପୁରରେ ଜନ୍ମଗ୍ରହଣ କରିଥିବା ଅନୁରାଗ ତାଙ୍କର କ୍ୟାରିଅରରେ ଅନେକ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି। ହେଲେ ଅନୁରାଗ ଇଣ୍ଡଷ୍ଟ୍ରିକୁ ନେଇ ତାଙ୍କର ରୁଚି ନଥିଲା। ସେ ଜଣେ ବୈଜ୍ଞାନିକ ହେବାକୁ ଚାହୁଁଥିଲେ। ସେଥିପାଇଁ ସେ ଅଧିକ ଅଧ୍ୟୟନ କରିବାକୁ ଦିଲ୍ଲୀ ଆସି ହାନସରାଜ କଲେଜରେ ନାମ ଲେଖାଇଥିଲେ। କିନ୍ତୁ  ତାଙ୍କ ଭାଗ୍ୟରେ ଆଉ କିଛି ଲେଖାଥିଲା । ଏଠାରେ ତାଙ୍କର ଆଗ୍ରହ ଥିଏଟର ପ୍ରତି ବଢିଲା ଏବଂ ଶେଷରେ ସେ ନିଷ୍ପତ୍ତି ନେଇଥିଲେ ଯେ, ଫିଲ୍ମ ଜଗତରେ ନିଜର ପରିଚୟ ସୃଷ୍ଟି କରିବେ। ଉଡାନ, ତୃଷ୍ଣା, ସୈତାନ, ଗ୍ୟାଙ୍ଗସ ଅଫ ୱାସିପୁର, ସହିଦ, ଲୁଟେରା,କୁଇନ, ମସାନ, ସାଣ୍ଡ କି ଆଖ ଆଦି ଫିଲ୍ମ ତାଙ୍କ ଦ୍ୱାରା ନିର୍ମିତ ହୋଇଛି।

Share