Categories: ରାଜ୍ୟ

”ହିଂଜିଳିରୁ ଲଢ଼ିବାକୁ ଇଛାଥିଲା, ମିଳିଲାନି ଟିକେଟ୍”: ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର,୧୨।୪: ଚିଲିକା ବିଧାୟକ ତଥା ଭାଜପା ନେତା ପ୍ରଶାନ୍ତ ଜଗଦ୍ଦେବ ପୁଣି ଦେଇଛନ୍ତି ବିସ୍ପୋରକ ବୟାନ। ‘ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ହିଂଜିଳିରୁ ଆସନରୁ ସେ ଲଢ଼ିବାକୁ ଚାହୁଁଥିବା କହିଛନ୍ତି। ଦଳ ମୋତେ ହିଂଜିଳି ପାଇଁ ପ୍ରାର୍ଥୀ କରିଲା ନାହିଁ’।

ଆଗାମୀ ନିର୍ବାଚନ ମୁଁ ଲଢ଼ିବି ନାହିଁ। କିନ୍ତୁ ବିଜେଡିକୁ ହଟାଇବାକୁ ସହିଦ ହେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି। ତେବେ ଗତକାଲି ଛଣଗିରି ଘଟଣାକୁ ନେଇ ମଧ୍ୟ ପ୍ରଶାନ୍ତ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏମପି ଅପରାଜିତାଙ୍କୁ ବିରୋଧ ପାଇଁ କିଛି ଲୋକଙ୍କୁ ନିୟୋଜିତ କରାଯାଇଥିଲା। ଯେଉଁଥି ପାଇଁ ଏହି ସମସ୍ୟା ଉପୁଜିଥିଲା।

Share