ଗଞ୍ଜାମରୁ ବାହାରକୁ ଯିବାକୁ ଚାହୁଁଥିଲେ, କେବଳ ଏହି ମାନଙ୍କୁ ମିଳିବପାଶ

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରୁ ବାହାରକୁ ଯିବା ପାଇଁ ପାଶ ବ୍ୟବସ୍ଥା ହୋଇଛି। ତେବେ କେବଳ ସ୍ବାସ୍ଥ୍ୟ ଓ ଜରୁରୀ ସରକାରୀ କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ଦେଖାଇଲେ ବାହାର ରାଜ୍ୟକୁ ଛଡ଼ାଯିବ। ଏଥିପାଇଁ ଆବେଦନ କରିବାକୁ ପଡିବ । ସମ୍ପୃକ୍ତ ଅଞ୍ଚଳର ଉପଜିଲାପାଳ ତଥା ସବଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ ପାଶ ଇସ୍ୟୁ କରିବେ। ବୁଧବାର ଏସମ୍ପର୍କରେ ଟୁଇଟ କରି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

Share