ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ

ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ୍‌
ବଲିଉଡ ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ରସିଦ ଖାନ ନିଜ ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଟୁଇଟ୍‌ ମାଧ୍ୟମରେ ମୁସଲମାନମାନଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।
ସେ ଟୁଇଟ୍‌ ଯୋଗେ କହିଛନ୍ତି, ମୁଁ ଭାରତର ସମସ୍ତ ମୁସଲମାନମାନଙ୍କୁ ପରାମର୍ଶ ଦେବାକୁ ଚାହେଁ ଯେ, ସେମାନେ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହୋଇଯାନ୍ତୁ। କାରଣ ଆପଣଙ୍କ ପରିବାର ଏବଂ ପିଲାମାନଙ୍କ ଜୀବନ କୌଣସି ଧର୍ମଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମେ ଭାରତୀୟ ମୁସଲମାନମାନେ ଆରବ ପାଇଁ ପରିବର୍ତ୍ତିତ ହୋଇଛେ, ଆରବ ଦେଶ ଇସଲାମର ସୁରକ୍ଷା ପାଇଁ ପ୍ରସ୍ତୁତ ନୁହଁନ୍ତି। ତେଣୁ ଧର୍ମ ପରିବର୍ତ୍ତନ କରିବାରେ କିଛି ଭୁଲ ନାହିଁ।

ଅନ୍ୟ ଜଣେ ଆତ୍ମଘୋଷିତ ଚଳଚ୍ଚିତ୍ର ସମାଲୋଚକ ଉମର ସାନ୍ଧୁ ମଧ୍ୟ ଇସଲାମ ଧର୍ମ ଗ୍ରହଣକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଓମାର ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ଲେଖିଛନ୍ତି, ଭାରତୀୟ ମୁସଲମାନମାନେ ବାଂଲାଦେଶ, ନେପାଳ ଏବଂ ଭୁଟାନ୍‌ ପଳାଇଯିବା ଉଚିତ୍‌ ଭାରତ ସେମାନଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ। ଏହା ସେମାନଙ୍କ ପାଇଁ ଏକ ‘ନର୍କ ’ ଅଟେ। ହିନ୍ଦୁମାନେ ମାନବିକତା ଶିଖିବା ଉଚିତ୍‌। କମଲ ଆର ଖାନ ଏବଂ ଉମର ସାନ୍ଧୁଙ୍କ ଏହି ଟୁଇଟ୍‌ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦୋର-ରତଲାମ ଟ୍ରେନ୍‌ରେ ଲାଗିଲା ନିଆଁ

ଇନ୍ଦୋର,୨୭ା୧୦: ମଧ୍ୟପ୍ରଦେଶର ରତଲାମ ଜିଲାରେ ରବିବାର ସନ୍ଧ୍ୟାରେ ଏକ ଡିଜେଲ ଇଲେକ୍ଟ୍ରିକାଲ୍‌ ମଲ୍ଟିପ୍ଲ ୟୁନିଟ୍‌ (ଡେମୁ) ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ନିଆଁକୁ ତୁରନ୍ତ ଆୟତ୍ତ...

ପ୍ରଥମ ରାଲିରେ ଦମ୍ଭୋକ୍ତି ଦେଖାଇଲେ ବିଜୟ; ଜାଣନ୍ତୁ କାହାକୁ କରିବେ ସମର୍ଥନ

ଚେନ୍ନାଇ,୨୭।୧୦: ଅଭିନୟରୁ ରାଜନୀତିରେ ପ୍ରବେଶ କରିଥିବା ତାମିଲନାଡୁର ଚର୍ଚ୍ଚିତ ଅଭିନେତା ଥାଲପଥି ବିଜୟ ରବିବାର ପ୍ରଥମ ରାଜନୈତିକ ରାଲିକୁ ସମ୍ବୋଧନ କରିଛନ୍ତି। ଏଠାରେ ସେ ନିଜ...

ପଶ୍ଚିମବଙ୍ଗ ପାଇଁ ମମତା ବାନାର୍ଜୀ କରିଛନ୍ତି କ’ଣ? ଅମିତ ଶାହାଙ୍କ ଏପରି ପ୍ରଶ୍ନରେ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ କହିଛନ୍ତି ଯେ, ଏଠାରେ ଅନୁପ୍ରବେଶ ବନ୍ଦ ହେଲେ ପଶ୍ଚିମବଙ୍ଗରେ ଶାନ୍ତି...

ବିମାନ ପରେ ଏବେ ନାମୀଦାମୀ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ତାଲିକାରେ ରହିଛି ଏସବୁ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ,...

ବିହାରରେ ବଢ଼ିଲା ରାଜନୈତିକ ହଲଚଲ: ଶାହାବୁଦ୍ଦିନଙ୍କ ପୁଅ ଓସାମା RJDରେ ସାମିଲ, କ୍ରିକେଟର ଈଶାନଙ୍କ ବାପା ଧରିଲେ ‘ନୀତୀଶ’ଙ୍କ ହାତ

ପାଟନା,୨୭।୧୦: ରାଜନୀତିର ପାଠଶାଳା କୁହାଯାଉଥିବା ବିହାରରେ ୨ ବଡ଼ ଘଟଣା ସାମ୍ନାକୁ ଆସିଛି। ସ୍ବର୍ଗତ ଏମ୍‌ପି ତଥା ଆର୍‌ଜେଡିର ବରିଷ୍ଠ ନେତା ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ...

ଐଶ୍‌-ସଲମାନଙ୍କ ବ୍ରେକଅପ୍‌ ପଛର ପ୍ରକୃତ ସତ୍ୟ,ସୋହେଲ ଉଠାଇଲେ ପରଦା

ବମ୍ବେ: ଦିନ ଥିଲା ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡ ଥିଲେ ସଲମାନ ଖାନ୍‌ ଏବଂ ଐଶ୍ୱର୍ଯ୍ୟା ରାୟ। ସଞ୍ଜୟ ଲିଲା ବନ୍‌ଶାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍‌ ଦେ...

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri