ଯବାନଙ୍କ ଗୁଳିରେ ଓ୍ବାଣ୍ଟେଡ୍‌ ମହିଳା ମାଓବାଦୀ ମୃତ

ମାଲକାନଗିରି,୩୧ା୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାର ଗୁମେଲନାଡ ଜଙ୍ଗଲରେ ମାଓବାଦୀ ଦମନ ଅପରେଶନ ବେଳେ ଯବାନଙ୍କ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାୟୋକେ ବେକୋ।
ସୂଚନା ଅନୁଯାୟୀ, ମାଓବାଦୀମାନେ ଏକ କ୍ୟାମ୍ପରେ ରହିଥିବା ଗୋଇନ୍ଦା ସୂଚନା ମିଳିବା ପରେ ଯବାନଙ୍କ ପକ୍ଷରୁ ରବିବାର ରାତିରେ ଅପରେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ଉଭୟ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ହେଲେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସୋମବାର ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ବେଳେ ଉକ୍ତ ମହିଳା ମାଓବାଦୀଙ୍କ ମୃତଦେହ ଠାବ ହୋଇଥିଲା। ଘଟଣାସ୍ଥଳରୁ ବନ୍ଧୁକ, ବିସ୍ଫୋରକ, ଔଷଧ ଏବଂ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ମୃତ ମାଓବାଦୀଙ୍କ ନାମରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ବୋଲି ଦାନ୍ତଓ୍ବୋଡା ଏସ୍‌ପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ

ଛତ୍ରପୁର,୨୨ା୧୨(ଦିଲୀପ ସାମଲ): ଭୁବନେଶ୍ୱର ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ ଛତ୍ରପୁରର ଶ୍ୱେତାଶ୍ରୀ ଶତପଥୀ...

ବର୍ଷା ଉଜାଡ଼ିଲା ମୁଗ ଫସଲ

ଧରାକୋଟ,୨୨ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଧରାକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଏକର ଏକର ଜମିରେ ପାଣି ଜମି ରହିଛି। ଏହାକୁ...

ଆସନ୍ତା ୨୪ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୧୨: ଆସନ୍ତା ୨୪ ତାରିଖରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ...

୩.୧୩ କେଜି ବଜ୍ରକାପ୍ତା କାତି ଜବତ, ଧରାପଡ଼ିଲେ ୪ ଅଭିଯୁକ୍ତ

ନୂଆପଡ଼ା/ଖଡିଆଳ,୨୨ା୧୨(ମକାରୁ ବେମାଲ/ସୁଜିତ ପ୍ରଧାନ): ନୂଆପଡ଼ା ଜିଲା କୋମନା ରେଞ୍ଜ ନାଗପଡ଼ା ପଞ୍ଚାୟତ ଝରଣାମାଲ ଗାଁରେ ଖଡ଼ିଆଳ ବନ ବିଭାଗ ଚଢାଉ କରି ୩ କିଲୋଗ୍ରାମ ୧୩୦...

ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ, ଜାଣନ୍ତୁ କେଉଁ ଦିନ ହେବ ଧାନ କିଣା…

ଗଞ୍ଜାମ,୨୧ା୧୨: ଲଘୁଚାପ ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ। ଡିସେମ୍ବର ୨୩ରୁ ଗଞ୍ଜାମରେ ଧାନ ସଂଗ୍ରହ ନେଇ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ...

ଘର ତାଲା ଖୋଲି ସୁନା-ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହିଞ୍ଜିଳିକାଟୁ, ୨୨।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମଠପଦର ସାହିରେ ଜଣଙ୍କ ଘରର ଚାବି ଖୋଲି ଦୁର୍ବୃତ୍ତ ଆଲମାରୀରୁ ସୁନା ଅଳଙ୍କାର ଓ ଅନ୍ୟ...

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା ଅଦିନିଆ ବର୍ଷା: ପାଣିରେ ବୁଡିରହିଛି ପାଚିଲା ଧାନ

ଗଞ୍ଜାମ,୨୨।୧୨(ବିଦ୍ୟାଧର ସାହୁ): ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ l ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଶହ ଶହ ଭରଣ...

ଅଦିନିଆ ବର୍ଷାରେ ଉଜୁଡ଼ିଲା ଧାନ ଚାଷ: କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ

ଗୋପାଳପୁର,୨୨ା୧୨(ନବୀନ ରାଜ ଆଚାରୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଶୁକ୍ରବାର, ଶନିବାର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା। ଫଳରେ ଖରିଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri