Categories: ଜାତୀୟ

ଯୁଦ୍ଧ ଯେକୌଣସି ସମୟରେ ହୋଇପାରେ, ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ…

ନୂଆଦିଲ୍ଲୀ,୮।୩ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ସେନା ପ୍ରମୁଖ ମନୋଜ ମୁକୁନ୍ଦ ନରାଓ୍ବଣେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି। ନରାଓ୍ବଣେ କହିଛନ୍ତି ଯେ, ଯୁଦ୍ଧ ଯେକୌଣସି ସମୟରେ ହୋଇପାରେ। ତେଣୁ ଆମକୁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ।

ଏହି ଯୁଦ୍ଧରୁ ଶିକ୍ଷା ମିଳିଛି ଯେ, ଆମକୁ ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ଦ୍ୱାରା ଲଢ଼ିବାକୁ ପଡ଼ିବ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଆମକୁ ଆଗେଇବାକୁ ପଡ଼ିବ ବୋଲି ସେ କହିଛନ୍ତି।

ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ବହୁ ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଛି। ଏହାକୁ ଦୃଷ୍ଟିରେ ରଖି ଯୁଦ୍ଧ ପାଇଁ ଆମକୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଭାରତକୁ ଉଭୟ ଗତିଜ ଏବଂ ଭୌତିକ ଯୁଦ୍ଧ ଲଢ଼ିବାଲାଗି ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେନାମୁଖ୍ୟ କହିଛନ୍ତିି।

ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ସୂଚାଇ ଦେଇଛି ଯେ, ଭବିଷ୍ୟତରେ ପରମ୍ପରାଗତ ଯୁଦ୍ଧ କମ୍‌ ହୋଇପାରେ। ଡିଜିଟାଲ ଯୁଦ୍ଧ ଘରେ ବସି ଏସି ରୁମ୍‌ରେ ସମ୍ପନ୍ନ ହେବ ବୋଲି ନରାଓ୍ବଣେ କହିଛନ୍ତି।

Share