ଯୁଦ୍ଧ ଘୋଷଣା…

ମସ୍କୋ,୨୪।୨ : ଯୁଦ୍ଧ ଟାଳିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ବୈଠକ ଚାଲିଥିବାବେଳେ ରୁଷ୍‌ଇଆ ରାଷ୍ଠ୍ରପତି ବ୍ଲାଡିମୀର ପୁଟିନ୍‌ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ନାଟୋ କିମ୍ବା ଆମେରିକା ୟୁକ୍ରେନକୁ ସହଯୋଗ କଲେ ଭୟଙ୍କର ପରିଣାମ ହେବ ବୋଲି ପୁଟିନ୍‌ ଚେତାବନୀ ଦଇଛନ୍ତି। ତେବେ ପୁଟିନ ଏହା ସ୍ପଷ୍ଟ କରିଛନ୍ତି ଯେ ସେ ୟୁକ୍ରେନ ଦଖଲ କରିବାକୁ ଚାହୁଁନାହାଁନ୍ତି।

ସେ କହିଛନ୍ତି ଯେ ୟୁକ୍ରେନ ସୈନ୍ୟମାନେ ଅସ୍ତ୍ରଶସ୍ତ୍ର ଛାଡି ଆତ୍ମସମର୍ପଣ କରିବା ଉଚିତ। ଜାତିସଂଘରେ ରୁଷିଆ ୟୁକ୍ରେନ ପ୍ରସଙ୍ଗରେ ଏକ ବୈଠକ ଚାଲିଛି। ଏଭଳି ପରିସ୍ଥିତିରେ ପୁଟିନଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ଭାବନା ମଧ୍ୟ ରହିଛି।

ପୁଟିନ୍‌ଙ୍କ ବିବୃତ୍ତିର କିଛି ସମୟ ପରେ, ୟୁକ୍ରେନର ବିଦ୍ରୋହୀଙ୍କ ଦଖଲରେ ଥିବା ରାଜଧାନୀ କ୍ୱିଭର ଏକ ଅଞ୍ଚଳରେ ବଡ଼ ବିସ୍ଫୋରଣ ହେବାର ଖବର ମିଳିଛି। ଖବର ଅନୁଯାୟୀ, କ୍ରାମାଟୋସ୍କରେ ୨ ଟି ବିସ୍ଫୋରଣ ଘଟିଛି। ରୁଷିଆର ସୈନିକମାନେ କ୍ରିମିୟା ବାଟେ ୟୁକ୍ରେନରେ ପ୍ରବେଶ କରୁଛନ୍ତି। ଦୁଇ ଲକ୍ଷରୁ ଅଧିକ ରୁଷିଆ ସୈନ୍ୟ ସୀମାରେ ରହିଛନ୍ତି।

ଜାତିସଂଘ ପକ୍ଷରୁ ଶାନ୍ତି ପାଇଁ ଏକ ନିବେଦନ କରାଯାଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ବଲଡୋମିର ଜେଲନେସ୍କି ଟିଭିରେ ଭାବୁକ ହୋଇ ପୁଟିନ୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ୟୁକେନ୍‌ବାସୀ ଶାନ୍ତି ଚାହାଁନ୍ତି। ସେ ରୁଷିଆ ଏବଂ ୟୁକ୍ରେନ୍‌ର ମିଳିତ ସଂସ୍କୃତିକୁ ମନେ ପକାଇଛନ୍ତି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ, ସାରା ପୃଥିବୀର ଦେଶ ଆମ ସହିତ ଅଛନ୍ତି। ଆମେ ଏହାର କଡ଼ା ଜବାବ ଦେବୁ।

Share