Categories: ଜାତୀୟ

ଯୁଦ୍ଧ ଶାନ୍ତି ଆଣେ ନାହିଁ: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ,୧୪।୯: ଜମ୍ମୁ କଶ୍ମୀରର ଅନନ୍ତନାଗରେ ଘଟିଥିବା ଏନକାଉଣ୍ଟରରେ ତିନିଜଣ ସୁରକ୍ଷା ଅଧିକାରୀଙ୍କ ଶହୀଦ ହେବା ଉପରେ ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଫାରୁକ ଅବଦୁଲ୍ଲା ଚିନ୍ତାପ୍ରକଟ କରିଛନ୍ତି। ସେ କହିଛନ୍ତି, କିଏ କହୁଛି ଆତଙ୍କବାଦ ସମାପ୍ତ ହୋଇଛି। ବର୍ତ୍ତମାନ ତାଲିମପ୍ରାପ୍ତ ଆତଙ୍କବାଦୀ ଆସୁଛନ୍ତି। ପ୍ରତିଦିନ ଆକ୍ରମଣ ଘଟୁଛି। ଏହା ଶେଷ ହେବ ନାହିଁ।
ଅନନ୍ତନାଗ ଏନକାଉଣ୍ଟରରେ ପାକିସ୍ତାନର ଷଡଯନ୍ତ୍ର ବିଷୟରେ ପଚରାଯିବାରୁ ସେ କହିଛନ୍ତି, ଯୁଦ୍ଧ ଶାନ୍ତି ଆଣେ ନାହିଁ। ଏହାର ସମାଧାନ ପାଇଁ କଥାବାର୍ତ୍ତାର ଆବଶ୍ୟକତା ରହିଛି। ଯାହା ଘଟୁଛି ଲୋକମାନଙ୍କୁ ବୋକା ବନାଯାଉଛି। ହୋଇପାରନ୍ତି ଆତଙ୍କବାଦୀମାନେ ଅନ୍ୟ ଦେଶରୁ ଆସିଥାଇପାରନ୍ତି। ଆମେ ପାକିସ୍ତାନ ସହିତ ଚାରିଟି ଯୁଦ୍ଧ କରିଥିଲୁ। ସୀମାରେ ଏପର୍ଯ୍ୟନ୍ତ ସମାନ ସ୍ଥିତି ରହିଛି।
ଅନନ୍ତନାଗ ଏନକାଉଣ୍ଟରରେ ଆର୍ମି କର୍ନେଲ ମନପ୍ରୀତ ସିଂ, ମେଜର ଆଶିଷ ଧାନୌତ ଏବଂ ଜମ୍ମୁ କଶ୍ମୀର ପୋଲିସର ଡିଏସପି ହୁମାୟୁଂ ମୁଜାମିଲ ଭଟ୍ଟ ଶହୀଦ ହୋଇଥିଲେ। ଗତ ୫ ଦିନ ମଧ୍ୟରେ କ୍ରସ ବର୍ଡର କଲ ଇଣ୍ଟରସେପ୍ଟରୁ ଜଣାପଡିଛି ଯେ, ପାକିସ୍ତାନର ଆତଙ୍କବାଦୀମାନେ ଏକାସାଙ୍ଗରେ ଏକାଧିକ ଆକ୍ରମଣ ଯୋଜନା କରୁଛନ୍ତି।

Share