ୟୁକ୍ରେନ୍‌ ଯୁଦ୍ଧ ୫୦୦ ଶିଶୁଙ୍କ ଜୀବନ ନେଲାଣି

କିଭ୍‌, ୫ା୬ : ୟୁକ୍ରେନ୍‌ ଉପରେ ଚାଇନାର ଆକ୍ରମଣ ୧୬ ମାସରେ ପହଞ୍ଚତ୍ଛି। ଏହି ଯୁଦ୍ଧରେ ୟୁକ୍ରେନ୍‌ର ଅନୂ୍ୟନ ୫୦୦ ଶିଶୁ ପ୍ରାଣ ହରାଇଲେଣି ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ନିକଟରେ ରୁଷିଆ ଆକ୍ରମଣରେ ନିହତ ହୋଇଥିବା ୨ ବର୍ଷର ଶିଶୁକନ୍ୟାର ମୃତଦେହକୁ ଉଦ୍ଧାରକାରୀ ଦଳ ଠାବ କରିବା ପରେ ଜେଲେନ୍‌ସ୍କି ଉପରୋକ୍ତ ସୂଚନା ଦେଇଛନ୍ତି। ରୁଷିଆ ଅସ୍ତ୍ର ଓ ଘୃଣା ପ୍ରତିଦିନ ୟୁକ୍ରେନ୍‌ ପିଲାଙ୍କ ଜୀବନକୁ ନଷ୍ଟ କରିବା ସହ ଶତାଧିକଙ୍କ ଜୀବନ ନେଇଛି। ସେହି ପିଲାଙ୍କ ମଧ୍ୟରୁ କିଏ ଖ୍ୟାତନାମା ବିଦ୍ୱାନ, କଳାକାର, କ୍ରୀଡ଼ା ଚାମ୍ପିୟନ ହୋଇ ୟୁକ୍ରେନ୍‌ ଇତିହାସକୁ ଯୋଗଦାନ ଦେଇପାରିଥାନ୍ତେ। କେତେକ ଅଞ୍ଚଳ ରୁଷିଆ ଦଖଲରେ ଥିବାରୁ ପ୍ରକୃତରେ ୧୬ ମାସରେ ଯୁଦ୍ଧରେ କେତେ ପିଲା ମୃତାହତ ହେଲେଣି ତାହା କହିବା ସମ୍ଭବ ନୁହେଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି।

Share