ଯୁଦ୍ଧ ମାନବିକତାର ଏକ ପ୍ରସଙ୍ଗ, ଯଥାସମ୍ଭବ ଗ୍ରହଣ କରାଯିବ ପଦକ୍ଷେପ: ଜେଲେନସ୍କିଙ୍କୁ କହିଲେ ମୋଦି…

ଟୋକିଓ,୨୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ଜାପାନର ହିରୋସିମାଠାରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱର ମାନବ ସମାଜ ପାଇଁ ଏକ ବଡ ପ୍ରସଙ୍ଗ। ଏହା ସମଗ୍ର ବିଶ୍ୱ ଉପରେ ମଧ୍ୟ ଅନେକ ପ୍ରଭାବ ପକାଇଛି। ମୁଁ ଏହାକୁ ରାଜନୀତିର ଏକ ପ୍ରସଙ୍ଗ ଭାବେ ଗ୍ରହଣ କରେ ନାହିଁ, ମୋ ପାଇଁ ଏହା ମାନବିକତାର ଏକ ପ୍ରସଙ୍ଗ।
ଏହାର ସମାଧାନ ପାଇଁ, ଭାରତ ଏବଂ ବ୍ୟକ୍ତିଗତ ଭାବରେ ମୁଁ, ଆମେ ଯାହା କରିପାରିବୁ ତାହା ନିଶ୍ଚିତ ଭାବରେ କରିବୁ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଶନିବାର ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜଙ୍କ ସହ ଏକ ବୈଠକ କରିଥିଲେ ଯେଉଁଥିରେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରିଥିଲେ। ଉଭୟଙ୍କ ମଧ୍ୟରେ ଆଞ୍ଚଳିକ ବିକାଶ ଏବଂ ବିଶ୍ୱସ୍ତରୀୟ ଆହ୍ବାନ ଉପରେ ମଧ୍ୟ ମତ ବିନିମୟ ହୋଇଥିଲା ।

Share