Categories: ଜାତୀୟ

ଉପନିର୍ବାଚନ ପୂର୍ବରୁ ବାକ୍‌ଯୁଦ୍ଧ: କମଳନାଥଙ୍କୁ କଳଙ୍କନାଥ କହିଲେ ଇମର୍ତି ଦେବୀ

ଭୋପାଳ, ୧୯।୧୦: ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ଦିନ ପାଖେଇ ଆସୁଛି। ଏପରି ସ୍ଥଳେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ବଢ଼ିବାରେ ଲାଗିଛି। ଏହି ମର୍ମରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭାଜପା ସଦସ୍ୟା ତତା ମନ୍ତ୍ରୀ ଇମର୍ତି ଦେବୀ ଘେରିବା ଆରମ୍ଭ କରିଛନ୍ତି। କମଳନାଥ ଦେଇଥିବା ‘ଆଇଟମ୍‌’ ମନ୍ତବ୍ୟ ନେଇ ଇମର୍ତି ନିଜର ମତାମତ ରଖିଛନ୍ତି। ସେ କହିଛନ୍ତି ଯେ, ଏଭଳି ମନ୍ତବ୍ୟ ଦେଇ କମଳନାଥ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। କମଳନାଥଙ୍କ ନାମ କଳଙ୍କନାଥ ହେବା ଉଚିତ ବୋଲି ଇମର୍ତି କହିଛନ୍ତି। କମଳନାଥଙ୍କ ମନ୍ତବ୍ୟକୁ ନେଇ ଭାଜପା ଏବେ ରାଜନୀତି କରିବା ଆରମ୍ଭ କରିଛି। ଫଳରେ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଧକ୍କା ମିଳିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share