Categories: ଖେଳ

ସେମିରେ ସାବାଲେଙ୍କା, ମୁଚୋଭା

କାକାମିଘରା, ୭ା୬ (ପି.ଟି.): ମହିଳା ଏସିଆ କପ୍‌ ଜୁନିୟର ହକିରେ ଭାରତୀୟ ଦଳ କୋରିଆ ସହିତ ପଏଣ୍ଟ ବାଣ୍ଟିଛି। ୨-୦ରେ ପଛୁଆ ରହିଥିବା ବେଳେ ଦଳ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌ ଡ୍ର ରଖିବାରେ ସମର୍ଥ ହୋଇଥିଲା। ଭାରତ ପକ୍ଷରୁ ଦୀପିକା ସୋରେଙ୍ଗ(୪୩ ମିନିଟ) ଓ ଦୀପିକା(୫୪ ମିନିଟ)ରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। କୋରିଆ ପକ୍ଷରୁ ୟୁଜିନ୍‌ ଲି(୧୫ ମିନିଟ) ଓ ଜିଓନ୍‌ ଚୋଇ(୩୦ ମିନିଟ)ରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପ୍ରଥମ ଦୁଇ କ୍ୱାର୍ଟର କୋରିଆ ଓ ପରବର୍ତ୍ତୀ ଦୁଇ କ୍ୱାର୍ଟରରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଥିଲା। ଏହା ସହିତ ପୁଲ୍‌ ଏ’ରେ ସ୍ଥାନ ପାଇଥିବା ଭାରତ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି। ମଙ୍ଗଳବାର ମ୍ୟାଚ୍‌ ଆରମ୍ଭରୁ ଘରୋଇ ଦଳ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ପ୍ରଥମ ମିନିଟରୁ ଭାରତୀୟ ରକ୍ଷଣ ଭାଗ ଖେଳାଳିଙ୍କୁ ଚାପରେ ରଖିଥିଲା କୋରିଆ। ପ୍ରଥମ କ୍ୱାର୍ଟରର ଅଧାରୁ ଅଧିକ ସମୟ କୋରିଆ ଖେଳାଳି ବଲକୁ ନିୟନ୍ତ୍ରଣରେ ରଖିଥିଲେ। ୦-୨ରେ ପଛୁଆ ରହିଥିବା ଭାରତ କାଉଣ୍ଟର ଆଟାକ୍‌ କରି ସଫଳ ହୋଇଥିଲା।

Share