ମଧ୍ୟପ୍ରାଚ୍ୟରେ ତେଜିଲା ଯୁଦ୍ଧ

ଜେରୁଜେଲମ୍‌/ଗାଜା ସିଟି/ଡାମାସ୍କସ୍‌,୧୩ା୧୦:ଇସ୍ରାଏଲ୍‌ ଓ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ମଧ୍ୟରେ ୬ ଦିନ ଧରି ଚାଲିଥିବା ଯୁଦ୍ଧର ନିଅଁା ଏବେ ମଧ୍ୟପ୍ରାଚ୍ୟର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବ୍ୟାପିବା ଆରମ୍ଭ ହେଲାଣି। ଇସ୍ରାଏଲ ପକ୍ଷରୁ ଗୁରୁବାର ସିରିଆ ରାଜଧାନୀ ଡାମାସ୍କସ୍‌ ଏବଂ ଆଲେପ୍ପେ ସହରରେ ଥିବା ୨ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି। ଇସ୍ରାଏଲର ମିଶାଇଲ ମାଡ଼ରେ ୨ ଏୟାରପୋର୍ଟର ଲ୍ୟାଣ୍ଡିଂ ଏରିଆ କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ଏୟାରପୋର୍ଟ ଦ୍ୱୟରେ ବିମାନ ଚଳାଚଳ ସେବା ବନ୍ଦ କରାଯାଇଥିବା ସିରିଆର ସରକାରୀ ନ୍ୟୁଜ୍‌ ଏଜେନ୍ସି ‘ସନା’ ପକ୍ଷରୁ ଅଭିଯୋଗ ଅଣାଯାଇଛି। ସିରିଆ ଏୟାର ଡିଫେନ୍ସ ଏହି ଆକ୍ରମଣର ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଆଲେପ୍ପୋରେ ଅନେକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି ବୋଲି ବ୍ରିଟେନସ୍ଥିତ ସିରିଆନ୍‌ ଅବ୍‌ଜର୍ଭେଟୋରି ଫର୍‌ ହ୍ୟୁମାନ୍‌ ରାଇଟ୍ସ (ଏସ୍‌ଓଏଚ୍‌ଆର୍‌) କହିଛି। ଇରାନ୍‌ ବହିର୍ବ୍ୟାପାର ମନ୍ତ୍ରୀଙ୍କ ସିରିଆ ଗସ୍ତର ଦିନକ ପୂର୍ବରୁ ଇସ୍ରାଏଲ ଏହି ଆକ୍ରମଣ କରିଛି। ଉଭୟ ସିରିଆ ଓ ଇରାନ୍‌ ହେଉଛନ୍ତି ଇସ୍ରାଏଲର ଶତ୍ରୁ ରାଷ୍ଟ୍ର। ଇରାନ୍‌ ଦୀର୍ଘ ସମୟ ଧରି ହମାସ୍‌କୁ ସମର୍ଥନ କରିଆସିଛି। ଯୁଦ୍ଧ ପ୍ରଭାବିତ ସିରିଆରେ ଦଶନ୍ଧି ଧରି ଇସ୍ରାଏଲ ଅନେକ ଶହ ଏୟାରଷ୍ଟ୍ରାଇକ୍‌ କରିଆସିଛି। ବିଶେଷକରି ଇରାନ୍‌ ସମର୍ଥତ୍ତ ହେଜ୍‌ବୋଲ୍ଲା ଫାଇଟର୍ସ ଓ ସିରୀୟ ସେନା ପ୍ରତିଷ୍ଠାନଗୁଡ଼ିକୁ ଇସ୍ରାଏଲ ଟାର୍ଗେଟ କରିଥାଏ।
ଯୁଦ୍ଧ ଘନଘଟା ମଧ୍ୟରେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଗୁରୁବାର ଇସ୍ରାଏଲ ଗସ୍ତ କରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଭେଟିଛନ୍ତି। ଇସ୍ରାଏଲ ପ୍ରତି ସମର୍ଥନ ପାଇଁ ନେତାନ୍ୟାହୁ ଆମେରିକାକୁ ଧନ୍ୟବାଦ ଦେଇଛନ୍ତି। ଦୁଇନେତାଙ୍କ ଏକ ମିଳିତ ଖବରଦାତା ସମ୍ମିଳନୀରେ ବ୍ଲିଙ୍କେନ୍‌ କହିଛନ୍ତି, ଆମତ୍ରକ୍ଷା ପାଇଁ ଇସ୍ରାଏଲର ପର୍ଯ୍ୟାପ୍ତ ଶକ୍ତି ଥାଇପାରେ। କିନ୍ତୁ ଆମେରିକା ଥିବାଯାଏ ଇସ୍ରାଏଲକୁ ନଇଁବାକୁ ପଡ଼ିବ ନାହିଁ। ହମାସ୍‌ ଆକ୍ରମଣରେ ୨୫ ଆମେରିକୀୟ ନିହତ ହୋଇଥିବାବେଳେ ପଣବନ୍ଦୀ ଥିବା ୧୫୦ ଜଣଙ୍କ ମଧ୍ୟରେ କେତେଜଣ ଆମେରିକା ନାଗରିକ ମଧ୍ୟ ରହିଛନ୍ତି। ତେଣୁ ସେମାନଙ୍କୁ ଛାଡ଼ିବା ପାଇଁ ହମାସ୍‌ ଉପରେ ବ୍ଲିଙ୍କେନ୍‌ ଚାପ ପକାଇଛନ୍ତି। ବ୍ଳିଙ୍କେନ୍‌ ଇସ୍ରାଏଲ ରାଷ୍ଟ୍ରପତି ଇସାକ୍‌ ହେର୍‌ଜୋଗଙ୍କୁ ମଧ୍ୟ ଭେଟିଛନ୍ତି। ସେ ଶୁକ୍ରବାର ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମୁଦ ଅବ୍ବାସ୍‌ ଏବଂ ଜୋର୍ଡାନ୍‌ ରାଜା ଅବ୍‌ଦୁଲ୍ଲାଙ୍କୁ ମଧ୍ୟ ସାକ୍ଷାତ୍‌ କରିବା କାର୍ଯ୍ୟକ୍ରମ ରହିଛି। ସେପଟେ ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଏବଂ ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ଇସ୍ରାଏଲ-ଗାଜା ସଂଘର୍ଷ ଉପରେ ଫୋନ୍‌ରେ ଆଲୋଚନା କରିଛନ୍ତି। ରଇସି ସିରିଆ ରାଷ୍ଟ୍ରପତି ବସର ଅଲ୍‌-ଅସାଦଙ୍କ ସହ ମଧ୍ୟ ଫୋନ୍‌ରେ କଥା ହୋଇଛନ୍ତି। ଇସ୍ରାଏଲର ମୁକାବିଲା ପାଇଁ ଆରବ ଓ ଇସ୍‌ଲାମିକ୍‌ ରାଷ୍ଟ୍ରଗୁଡ଼ିକ ଏକାଠି ହେବା ଉଚିତ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ମୁକ୍ତ ନ କରିବା ଯାଏ ଗାଜାକୁ ପାଣି ଓ ବିଦ୍ୟୁତ୍‌ ଯୋଗାଣ କରାଯିବ ନାହିଁ ବୋଲି ଇସ୍ରାଏଲ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ହେଜବୋଲ୍ଲାର କାଉଣ୍ଟର୍‌ ଆଟାକ୍‌, ୭ ମିନିଟ୍‌ରେ ଛାଡ଼ିଲା ୬୦ କ୍ଷେପଣାସ୍ତ୍ର

ଜେରୁଜେଲମ,୧୯।୧୦: ହେଜବୋଲ୍ଲା ମୁଖ୍ୟ ହସନ ନାସରାଲ୍ଲା ଏବଂ ହମାସ ମୁଖ୍ୟ ସିନଓ୍ବାରଙ୍କ ହତ୍ୟା ପରେ ମଧ୍ୟ ଇସ୍ରାଏଲର ଚିନ୍ତା କମ୍‌ ହେବା ଦେଖାଯାଉନାହିଁ। କାରଣ ହେଜବୋଲ୍ଲା...

ହେଜବୋଲ୍ଲାର ଡ୍ରୋନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ନେତାନ୍ୟାହୁ!

ଜେରୁଜେଲମ,୧୯।୧୦: ଶନିବାର ଅକ୍ଟୋବର ୧୯, ୨୦୨୪ରେ ଲେବାନନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା। ଇସ୍ରାଏଲ ଖବରକାଗଜ ହାରେଟଜର ରିପୋର୍ଟ ଅନୁଯାୟୀ ଲେବାନନରୁ ଡ୍ରୋନ ଆକ୍ରମଣ କରାଯାଇଥିଲା।...

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଭାରତକୁ ଚେତାବନୀ ଦେଲା ବାଂଲାଦେଶ: ଶେଖ୍‌ ହାସିନାଙ୍କୁ ନ ଛାଡ଼ିଲେ…

ଢାକା,୧୯।୧୦: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆଇନ ପରାମର୍ଶଦାତା ଆସିଫ ନାଜରୁଲ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଚୁକ୍ତିରେ କୌଣସି ବ୍ୟବସ୍ଥା ଦର୍ଶାଇ...

ନିଜ ଦେଶରେ ଅକ୍ରୋଶର ଶିକାର ହେଲେ ଟ୍ରୁଡୋ: ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଓଟ୍ଟାଓ୍ବା,୧୯ା୧୦:କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅନ୍ୟାନ୍ୟ ବିବାଦରୁ ଧ୍ୟାନ ହଟାଇବା ପାଇଁ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାକୁ ବ୍ୟବହାର କରୁଥିବା ସେଠାର...

ବିଷ ଓଗାଳିଲେ କାନାଡ଼ା ବୈଦେଶିକ ମନ୍ତ୍ରୀ: ଭାରତକୁ ରୁଷିଆ ସହ କଲେ ତୁଳନା

ଓଟାଓ୍ବା,୧୯।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

ଚେତାବନୀ ଦେଲେ ନେତାନ୍ୟାହୁ: ହମାସ ସର୍ତ୍ତ ନ ମାନିଲେ ପରିସ୍ଥିତି ହେବ ଭୟାବହ

ତେଲ୍‌ ଆଭିଭ୍‌,୧୯ା୧୦:ଗାଜାର ସଶସ୍ତ୍ର ଶାସକ ହମାସ୍‌ ଅସ୍ତ୍ର ତ୍ୟାଗ କଲେ ଆସନ୍ତାକାଲି ଯୁଦ୍ଧର ଅବସାନ ଘଟିବ ବୋଲି ଶୁକ୍ରବାର ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।...

ଭାରତରେ ଅଛନ୍ତି ଏତିକି ସଂଖ୍ୟାରେ ଗରିବ: ରିପୋର୍ଟରେ ବଡ଼ ଖୁଲାସା

ଜାତିସଂଘ,୧୯ା୧୦:ଭାରତରେ ୨୩୪ ନିୟୁତର ଊର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ବିଶ୍ୱର ୫ ସର୍ବାଧିକ ସଂଖ୍ୟକ ଦରିଦ୍ର ରହୁଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri