ଯୁଦ୍ଧଜାହାଜରେ ନିଆଁ: ୫୭ ଆହତ

ସାନ୍‌ ଡିଏଗୋ(ୟୁଏସ୍‌),୧୪ା୭: ଆମେରିକା ନୌସେନାର ଏକ ଯୁଦ୍ଧଜାହାଜରେ ନିଆଁ ଲାଗିଯିବାରୁ ୫୭ ଜଣ ଆହତ ହୋଇଛନ୍ତି। ମେଣ୍ଟେନାନ୍ସ ପାଇଁ ୟୁଏସ୍‌ଏସ୍‌ ବୋନହୋମେ ରିଚାର୍ଡ ନାମକ ଏହି ଜାହାଜ ବର୍ଥ ମଧ୍ୟରେ ରହିଥିବାବେଳେ ଭିତରେ ଥିବା ଷ୍ଟୋରେଜ୍‌ ଅଞ୍ଚଳରେ ରବିବାର ସକାଳେ ନିଆଁ ଲାଗିଯାଇଥିଲା। ୧୭ ଜଣ ନାବିକ ଓ ୪ ସାଧାରଣ ଲୋକ ଆହତ ହୋଇଥିବା ପ୍ରଥମେ ଜଣାପଡିଥିଲା। ପରେ ଏହି ସଂଖ୍ୟା ୫୭କୁ ବୃଦ୍ଧି ପାଇଛି। ଗୁରୁତର ଥିବା ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ ଜାହାଜ ଓ ହେଲିକପ୍ଟର ସହାୟତାରେ ପାଣି ପକାଇ ନିଆଁକୁ ଆୟତ୍ତ କରାଯାଇଥିଲା।

Share