Categories: ଜାତୀୟ

ଚାଷୀଙ୍କ ସହିତ ନୁହେଁ ଚାଇନା-ପାକିସ୍ତାନ ସହ ଯୁଦ୍ଧ କଲେ ମିଳିବ ଲାଭ: ଗୁଲାମ୍‌ ନବୀ

ନୂଆଦିଲ୍ଲୀ, ୩।୨: କୃଷି ଆଇନ ନେଇ କଂଗ୍ରେସ ରାଜ୍ୟ ସଭା ଏମ୍‌ପି ଗୁଲାମ୍‌ ନବୀ ଆଜାଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଚାଷୀଙ୍କ ସହିତ ଲଢ଼ିଲେ ସରକାରଙ୍କୁ କୌଣସି ଲାଭ ମିଳିବ ନାହିଁ। ଦେଶର ୧୩୦ କୋଟି ଲୋକଙ୍କ ଖାଦ୍ୟ ଯୋଗାଉଥିବା ଚାଷୀଙ୍କ ହିତ ପାଇଁ ସରକାର କାର୍ଯ୍ୟ କରିବା ଆବଶ୍ୟକ। ଚାଷୀଙ୍କ ବଦଳରେ ଚାଇନା ଏବଂ ପାକିସ୍ତାନ ସହିତ ଯୁଦ୍ଧ କଲେ ଲାଭ ମିଳିବ। ଦେଶ ତଥା ଚାଷୀଙ୍କ ହିତ ଲାଗି ସରକାର କୃଷି ଆଇନକୁ ଫେରାଇ ନେବା ଉଚିତ। ଏହି ସମସ୍ୟା ସମାଧାନ ନ ହେଲେ ଦେଶର ସଙ୍କଟ ବଢ଼ିବ ବୋଲି ସେ ରାଜ୍ୟ ସଭାରେ କହିଛନ୍ତି।

Share