ତାଲିବାନକୁ ଯୁଦ୍ଧ ଚେତାବନୀ

ଦୁବାଇ,୨୨।୮: ଅଶି ଦଶକରେ ଆଫଗାନିସ୍ତାନର ସୋଭିଏଟ୍‌ ବିରୋଧୀ ରେଜିଷ୍ଟାଣ୍ଟର ମୁଖ୍ୟ ନେତା ଅହମଦ ଶାହା ମାସୁଦ୍‌ଙ୍କ ପୁଅ ଅହମଦ ମାସୁଦ୍‌ ତାଲିବାନ ଆଗରେ ଆତ୍ମସମର୍ପଣ କରିବାକୁ ମନା କରିଦେଇଛନ୍ତି।

କ୍ଷମତା ବିକେନ୍ଦ୍ରୀକରଣ ପାଇଁ ଯଦି ତାଲିବାନ ରାଜି ହୁଏ, ତେବେ ଶାନ୍ତି ଆଲୋଚନା କରାଯିବ। ତାଲିବାନ ଆଲୋଚନା ପାଇଁ ରାଜି ନ ହେଲେ ଯୁଦ୍ଧକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି। ସେହିଭଳି ପଞ୍ଜଶିର୍‌ ଆତ୍ମସମର୍ପଣ ନ କରି ପ୍ରତିରୋଧ ଜାରି ରଖିବ ବୋଲି ଅଶ୍ରଫ୍‌ ଗନି ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ଜେନେରାଲ ବିସ୍‌ମିଲ୍ଲା ମହମ୍ମଦି କହିଛନ୍ତି।

Share