Categories: ଜାତୀୟ

ଓ୍ବାରାଓ୍ବାରା ରାଓଙ୍କ ଜାମିନ ଶୁଣାଣି ସ୍ଥଗିତ

ମୁମ୍ବାଇ, ୨୫।୯(ପି.ଟି.): ଏଲ୍‌ଗାର ପରିଷଦ ମାମଲାରେ ଅଭିଯୁକ୍ତ ଥିବା କବି ତଥା ସାମାଜିକ କର୍ମୀ ଓ୍ବାରାଓ୍ବାରା ରାଓଙ୍କ ଜାମିନ ମିଆଦ ବୃଦ୍ଧି ଆବେଦନର ଶୁଣାଣିକୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଅକ୍ଟୋବର ୧୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଅକ୍ଟୋବର ୧୪ ପର୍ଯ୍ୟନ୍ତ ତାଙ୍କର ତାଲୋଜା ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାର ଆବଶ୍ୟକ ନାହିଁ ବୋଲି ଅଦାଲତ କହିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ୮୨ ବର୍ଷୀୟ ଓ୍ବାରାଓ୍ବାରାଙ୍କୁ ଗତ ଫେବୃୟାରୀ ୨୨ରେ ହାଇକୋର୍ଟ ୬ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ। ସେପ୍ଟେମ୍ବର ୫ରେ ତାଙ୍କୁ ଜେଲ୍‌କୁ ଫେରିବାର ଥିଲା। ଜାମିନ ମିଆଦ ବଢ଼ାଇବା ଏବଂ ଜାମିନ ସମୟରେ ନିଜ ସହର ହାଇଦ୍ରାବାଦରେ ରହିବା ପାଇଁ ଅନୁମତି ଦେବାକୁ ଓ୍ବାରାଓ୍ବାରା ଆବେଦନ କରିଥିଲେ।

Share