ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ
ଭିତ୍ତିହୀନ ଓ ମିଥ୍ୟା ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ପଞ୍ଚାୟତର ୧୦ଜଣ ୱାର୍ଡ ମେମ୍ବର।

ଏନେଇ ସେମାନେ ଶନିବାର କଳାହାଣ୍ଡି ଜିଲାପାଳ ଓ ଭବାନୀପାଟଣା ଉପଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ପ୍ରକାଶ ଯେ, ଗତ ୩ ତାରିଖ ଅର୍ତ୍ତଲ ପଞ୍ଚାୟତ ସରପଞ୍ଚ ଦଶମତି ବେମାଲ ପଞ୍ଚାୟତରେ ମନମୁଖୀ କାର୍ଯ୍ୟ ଚଲାଉଥିବା ନେଇଁ ଉପଜିଲାପାଳଙ୍କଠାରେ
ଅଭିଯୋଗ ହୋଇଥିଲା।

ଏଥିରେ ସ୍ଥାନୀୟ କିଛି ୱାର୍ଡ ମେମ୍ବରଙ୍କ ଦସ୍ତଖତ ରହିଥିଲା। ଯାହାକି ଜାଲ ଦସ୍ତଖତ, ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ
ମିଥ୍ୟା ଓ ସରପଞ୍ଚଙ୍କ ସହ ସେମାନଙ୍କ ସମ୍ପର୍କ ଭଳ ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ତେଣୁ ଉପରୋକ୍ତ ମିଥ୍ୟା ଅଭିଯୋଗକୁ ନେଇଁ ସରପଞ୍ଚଙ୍କ ବିରୋଧରେ ପଦକ୍ଷେପ ନ ନେବାକୁ ସେମାନେ ନିବେଦନ କରିଛନ୍ତ

Share