ଏସ୍‌ଇସିସି ତାଲିକାରେ ଓ୍ବାର୍ଡବାସୀଙ୍କ ନାଁ ନାହିଁ

ମୁରିବାହାଲ, ୧୩।୧୦(ଡି.ଏନ.ଏ.)
ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଚଳକି ପଞ୍ଚାୟତ ଅନ୍ତର୍ଗତ ଚଳକି ଗଁା ୩ ନମ୍ବର ୱାର୍ଡର ଗୋଟିଏ ବି ପରିବାର ଏସଇସିସି (ସାମାଜିକ, ଅର୍ଥନୈତିକ, ଜାତିଗତ ଜନଗଣନା) ତାଲିକାରେ ନାହାନ୍ତି। ଫଳରେ ଗତ ୭ ବର୍ଷ ହେବ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନାର ସୁଫଳ ଏହି ଓ୍ବାର୍ଡବାସୀ ପାଇ ପାରୁନାହାନ୍ତି। ଏ ନେଇ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଥିଲେ ବି ସେମାନେ କଥା କେହି ଶୁଣୁନାହାନ୍ତି। ଏହାର ପ୍ରତିବାଦ କରି ସୋମବାର ୱାର୍ଡବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ଏହି ଓ୍ବାର୍ଡରେ ପ୍ରାୟ ୨୪୩ଟି ପରିବାର ରହୁଛନ୍ତି। କିନ୍ତୁ ୨୦୧୧ ବର୍ଷରେ ହୋଇଥିବା ଏସଇସିସି ତାଲିକାରେ ୱାର୍ଡର ଗୋଟିଏ ବି ପରିବାରକୁ ଅନ୍ତର୍ଭୁକ୍ତ କରାଯାଇନାହିଁ। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଏସଇସିସି ତାଲିକାଭୁକ୍ତ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗୃହ ପ୍ରଦାନ କରାଯାଇଥାଏ। ଉକ୍ତ ୱାର୍ଡବାସୀ ତାଲିକାରେ ସଂଯୋଗ ନ ଥିବାରୁ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚତ୍ତ ରହିଛନ୍ତି । ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରି ଓ୍ବାର୍ଡବାସୀ ଏକ ଦାବିପତ୍ର ବିଡିଓ ମହେନ୍ଦ୍ର ପ୍ରଧାନୀଙ୍କୁ ପ୍ରଦାନ କରିଛନ୍ତି । ବିଡିଓ ପ୍ରଧାନୀଙ୍କୁ ପଚାରିବାରୁ ଜିଲା ପ୍ରଶାସନଙ୍କୁ ଅବଗତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ୱାର୍ଡସଭ୍ୟ ଭାରତୀ ନାଗ, ବିଶିଷ୍ଟ ବଗର୍ତ୍ତି, ଅନିରୁଦ୍ଧ ନାଗ, ସୁନ୍ଦର ନାଗ, ମୋହନ ଭୋଇ, ନୀଳମଣି ନାଗ, ପ୍ରମୋଦ କାଲସାଏ, ଗୋପୀନାଥ ବଗର୍ତ୍ତି, ପଦ୍ମଲୋଚନ ବଗର୍ତ୍ତି, ରୀନା ନାଗ, ଲାଲୁ ସେଲମାଙ୍କ ସହ ଶତାଧିକ ୱାର୍ଡବାସୀ ଯୋଗଦେଇଥିଲେ।