କେସିଙ୍ଗା,୧୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବୋରିଙ୍ଗପଦରସ୍ଥିତ କସ୍ତୁରୀବାଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ନ କରିବାକୁ ମଙ୍ଗଳବାର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।
ଏ ନେଇ ଜିଲା ପ୍ରକଳ୍ପ ସଂଯୋଜକ କଳାହାଣ୍ଡିଙ୍କ ଉଦ୍ଦେଶ୍ୟରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଛାତ୍ରୀ ଓ ଅଭିଭାବକମାନେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ନଳିନୀ ପ୍ରଭା ଦେଇଙ୍କୁ ଦାବିପତ୍ର ଦେଇ ଗଣଧାରଣାରେ ବସିଥିଲେ। ଯଦି ବର୍ତ୍ତମାନର ପ୍ରଧାନ ଶିକ୍ଷୟତ୍ରୀ ଅହଲ୍ୟା ମାଝିଙ୍କୁ ବଦଳି କଲେ ଟିସି ନେଇ ସମସ୍ତେ ଚାଲିଯିବୁ ବୋଲି ଛାତ୍ରୀମାନେ ଚେତାବନୀ ଦେଇଛନ୍ତି। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣାସ୍ଥଳରେ କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦ ପହଞ୍ଚି ଜିଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୌକଦାର ଙ୍କ ସହ ଆଲୋଚନା କରିଥିଲେ। ବହୁ ବୁଝାଶୁଝା ପରେ ଛାତ୍ରୀମାନେ ନିଜ ନିଜ କ୍ଳାସ ରୁମକୁ ଯାଇଥିଲେ।