ନୂଆଦିଲ୍ଲୀ,୨।୫ : ୨୦୦୯ରୁ ଆଇପିଏଲରେ ଖେଳି ଆସୁଛନ୍ତି ଅଷ୍ଟ୍ରେଲିଆନ ଓପନର ଡେଭିଡ୍ ଓ୍ବାର୍ନର। କଦାପି ଖରାପ ଫର୍ମ ଯୋଗୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ି ନ ଥିଲେ। ହେଲେ ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ୍ ଦଳର ଖରାପ ପ୍ରଦର୍ଶନ ଯୋଗୁ ଅଧିନାୟକ ପଦ ସହ ଦଳରୁ ସ୍ଥାନ ମଧ୍ୟ ହରାଇଛନ୍ତି ଓ୍ବାର୍ନର। ଆଇପିଏଲରେ ୫ ହଜାର ରନ୍ କରିଥିବା ଓ୍ବାର୍ନର ଫିଟ୍ ଓ ଖେଳିବା ପାଇଁ ଉପଲବ୍ଧ ଥିବା ସତ୍ତ୍ୱେ ପ୍ରଥମ ଥର ପାଇଁ ବାହାରେ ବସିଛନ୍ତି।
ଏ ସମ୍ପର୍କରେ ହାଇଦ୍ରାବାଦ୍ ଫ୍ରାଞ୍ଚାଇଜର କ୍ରିକେଟ ଅପରେଶନ୍ସ ଡିରେକ୍ଟର ଟମ୍ ମୁଡି କହିଛନ୍ତି, ଆମକୁ କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା। ଜଣକୁ ବାହାରେ ବସିବାକୁ ପଡ଼ିବ। ଦୁର୍ଭାଗ୍ୟବଶତଃ ସେ ବାଦ୍ ପଡ଼ିଲେ। ମ୍ୟାନେଜମେଣ୍ଟର ଏହି ନିଷ୍ପତ୍ତିରେ ସେ ଦୁଃଖିତ। ଦଳର କମ୍ବିନେଶନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି।