Categories: ଖେଳ

ଦିନିକିଆରେ କେବେ ଯାଏ ଖେଳିବେ ଓ୍ବାର୍ନର, ନିଜେ କହିଲେ ଭବିଷ୍ୟତ ଯୋଜନା…

ନୂଆଦିଲ୍ଲୀ,୧୬।୧୧: ଆସନ୍ତା ବର୍ଷ ଜାନୁୟାରୀରେ ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜ୍‌ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ଡେଭିଡ ଓ୍ବାର୍ନରଙ୍କ ଅନ୍ତିମ ସିରିଜ ହେବ। ଏନେଇ ସେ ପୂର୍ବରୁ ଘୋଷଣା କରିଛନ୍ତି। ଏବେ ସେ ଧଳା ବଲ କ୍ରିକେଟ ଖେଳୁଛନ୍ତି। ହେଲେ ୨୦୨୪ରେ ସେ ବୋର୍ଡ ସହ ଚୁକ୍ତି ସ୍ବୀକାର କରି ନ ପାରନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୁରୁବାର ତୃତୀୟ ବିଶ୍ୱକପ ସେମିଫାଇନାଲ ଖେଳିବାକୁ ଯାଉଥିବା ୩୭ ବର୍ଷୀୟ ଓ୍ବାର୍ନର କହିଛନ୍ତି, ସେ ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଏବଂ ପାକିସ୍ତାନରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପର୍ଯ୍ୟନ୍ତ ସେ ଧଳାବଲ କ୍ରିକେଟ ଖେଳିବାକୁ ଚାହୁଁଛନ୍ତି। ଟି୨୦ ବିଶ୍ୱକପ୍‌ ଖେଳିବା ମୋର ଲକ୍ଷ୍ୟ। ତା ପରେ ଧଳା ବଲ ଖେଳିବି କି ନାହଁି ତାହା ସ୍ଥିର କରିବି। ଏବେ ସେ ଫିଟ୍‌ ଅଛନ୍ତି ଏବଂ ଫୁର୍ତ୍ତିର ସହ ଖେଳି ପାରୁଛନ୍ତି। ହେଲେ ବୋର୍ଡ ସହ ଚୁକ୍ତିରେ ସେ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

Share