ଦୁବାଇ, ୨୨।୧୦: ଚଳିତ ଆଇପିଏଲ୍ର ୪୦ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ହାଇଦ୍ରାବାଦ୍ ଅଧିନାୟକ ଡେଭିଡ୍ ଓ୍ବାର୍ନର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବ। ସନ୍ରାଇଜର୍ସ ବର୍ତ୍ତମାନ ସୁଦ୍ଧା ୯ ମ୍ୟାଚ୍ ଖେଳି ୩ ବିଜୟ ଓ ୬ ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲ ତାଲିକାର ୭ମ ସ୍ଥାନରେ ରହିଛି। ସେହିଭଳି ରାଜସ୍ଥାନ ୧୦ ମ୍ୟାଚ୍ରୁ ୪ ବିଜୟ ଓ ୬ ପରାଜୟ ସହ ୮ ପଏଣ୍ଟ ପାଇ ୬ଷ୍ଠ ସ୍ଥାନ ଲାଭ କରିଛି। ଆଘାତଜନିତ ସମସ୍ୟା ଲାଗି ହାଇଦ୍ରାବାଦ୍ର ବରିଷ୍ଠ ଖେଳାଳି କେନ୍ ଓ୍ବିଲିୟମସନ ଏହି ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି।