କରୋନାର ନୂଆ ଭାରିଏଣ୍ଟକୁ ନେଇ ଚେତାବନୀ: ୩ ଜଣରେ ହେଉଛି ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୩୦ ।୧: ପୁଣିଥରେ ଡରାଇଲାଣି କରୋନା ଭାଇରସର ଆଉ ଏକ ନୂଆ ଭାରିଏଣ୍ଟ । ଏବେ ସାରା ବିଶ୍ୱ କରୋନାର ତୃତୀୟ ଲହର ବା ଓମିକ୍ରନର ସଂକ୍ରମଣ ଦେଇ ଗତି କରୁଥିବା ବେଳେ ପ୍ରତିଦିନ ଏହି କରୋନା ଭାଇରସକୁ ନେଇ କିଛି ନା କିଛି ନୂଆ ଡରାଇବା ଭଳି ଖବର ସାମ୍ନାକୁ ଆସୁଛି । ଏବେ ଚାଇନାର ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି କି କରୋନାର ନୂଆ ଭାଇରସ ନିଓ କୋଭ(NeoCov) ସବୁଠାରୁ ଅଧିକ ମାରାତ୍ମକ । ଏଥିରେ ୩ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଉଛି । ଏହାସହ ସଂକ୍ରମଣର ଗତିବି ଅନ୍ୟ ଭାରିଏଣ୍ଟ ତୁଳନାରେ ବହୁ ଗୁଣ ଅଧିକ । ହେଲେ ଖୁସି ଖବର ହେଉଛି ଏବେ ପର୍ଯ୍ୟନ୍ତ ଏହା ମଣିଷଙ୍କ ଦେହରେ ଦେଖାଯାଇ ନ ଥିବା ବେଳେ କେବଳ ବାଦୁଡିଙ୍କ ନିକଟରେ ଏହାକୁ ଚିହ୍ନଟ କରାଯାଇଛି । ଏବେ ଏହା ଦକ୍ଷିଣ ଆଫ୍ରିକାରେ ଦେଖାଯାଇଛି ।
ରୁଷିଆ ନ୍ୟୁଜ ଏଜେନ୍ସି ସ୍ପୁଟନିକର ରିପୋର୍ଟ ଅନୁଯାୟୀ, ନୂଆ କରୋନା ଭାଇରସ NeoCov ର MERS-CoV ଭାଇରସ ସହ ସମ୍ପର୍କ ରହିଛି । ୨୦୧୨ ଓ ୨୦୧୫ରେ ଏହା ପଶ୍ଚିମ ଏସିଆ ଦେଶରେ ଦେଖାଯାଇଥିଲା । ବିଶେଷଜ୍ଞଙ୍କ କହିବା କଥା ହେଲା ନୂଆ କରୋନା ଭାଇରସ ଭାରିଏଣ୍ଟ ମଣିଷର କୋଷ ଗୁଡିକୁ ସଂକ୍ରମଣ କରିବାକୁ କେବଳ ଏକ ମ୍ୟୁଟେଶନର ଆବଶ୍ୟକତା ରହିଛି ।

Share