ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରି…

ଇସଲାମାବାଦ,୬।୧୦ : ପାକିସ୍ତାନ ସରକାର ସମଗ୍ର ଦେଶରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ ଜାରି କରିଛନ୍ତି। ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ଏବଂ ଅତ୍ୟଧିକ ସଜାଗ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନରେ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଦ୍ୱାରା କରାଯିବାର ଷଡ଼ଯନ୍ତ୍ର ରଚାଯାଇଛି।

ପାକିସ୍ତାନ ସରକାରଙ୍କ କହିବାନୁସାରେ, ଟିଟିପି ହାଇକମାଣ୍ଡ ନିକଟରେ ଦୁଇ ଜଣ କମାଣ୍ଡରଙ୍କ ହତ୍ୟା କରିବା ପରେ ଆଫଗାନିସ୍ତାନରେ ଶାହାବାଜ ସରିଫ ସରକାରଙ୍କୁ ଭେଟିଥିଲେ। ତଥାପି ଏହି ଆଲୋଚନା ସଫଳ ହୋଇପାରି ନଥିଲା। ଏହା ପରେ ଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇଛି। ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚାରିଟି ପ୍ରଦେଶର ସମସ୍ତ ଅଧିକାରୀଙ୍କୁ ସୁରକ୍ଷା ବଢାଇବାକୁ ଏବଂ କୌଣସି ଅଘଟଣକୁ ଏଡାଇବା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

Share