ବର୍ଷା ଲାଗି ୧୯ ଜିଲାକୁ ସତର୍କତା

ଭୁବନେଶ୍ୱର,୧୯।୯: ତୁହାକୁ ତୁହା ବର୍ଷାରେ ଭିଜୁଛି ଓଡ଼ିଶା । ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଜାରି ରହିଛି । ଓଡ଼ିଶାର ଅଧିକାଂଶ ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ମଙ୍ଗଳବାର ୧୯ ଜିଲାକୁ ସତର୍କତା ଜାରି କରାଯାଇଛି ।
ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ସେହିପରି ୨୦ ତାରିଖରେ ୨୨ଟି ଜିଲା ଏବଂ ୨୧ ତାରିଖରେ ୧୨ଟି ଜିଲାକୁ ସତର୍କତା ଜାରି କରାଯାଇଛି ।
Share