Categories: ଜାତୀୟ

ବାତ୍ୟା ‘ମାଣ୍ଡୋସ’କୁ ନେଇ ଚେତାବନୀ ଜାରି

ଚେନ୍ନାଇ,୮।୧୨:ତାମିଲନାଡୁରେ ବାତ୍ୟା ‘ମାଣ୍ଡୋସ’କୁ ନେଇ ଚେତାବନୀ ଜାରି କରାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ‘ମାଣ୍ଡୋସ’ ଯୋଗୁ ପ୍ରବଳ ଝଡ ତୋଫାନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ହେବ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର ରୂପ ନେଇପାରେ। ତାମିଲନାଡୁର ଉତ୍ତର ଉପକୂଳବର୍ତ୍ତୀ ଜିଲାଗୁଡିକ ଆସନ୍ତା ତିନି ଦିନ ପାଇଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ରାଜ୍ୟର ସମସ୍ତ ଜିଲା କଲେକ୍ଟରମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ୬ଟି ଜିଲାରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଦଳ ନିୟୋଜିତ ହୋଇଛନ୍ତି।
ରାଜ୍ୟ ସରକାର ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲା ଗୁଡିକରେ ୫ ହଜାରୁ ଅଧିକ ରିଲିଫ କ୍ୟାମ୍ପ ଖୋଲିଛନ୍ତି। ଶିବିରରେ ରହୁଥିବା ଲୋକଙ୍କୁ ଖାଦ୍ୟ, ପାନୀୟ ଜଳ ଏବଂ ସ୍ବାସ୍ଥ୍ୟ ସମେତ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯାଇଛି।

 

Share