ସତର୍କ ସୂଚନା, କରୋନା ମହାମାରୀ ପ୍ରଭାବରେ ଭାରତୀୟଙ୍କ ହାରାହାରି ବୟସ କମିଛି ୨ ବର୍ଷ…

ନୂଆଦିଲ୍ଲୀ,୨୩।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତୀୟଙ୍କ ଜୀନଧାରଣ ବୟସ ହାରାହାରି ୨ ବର୍ଷ କମିଛି। ଏନେଇ ଏନେଇ ଏକ ଅନ୍ତର୍ଜାତୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୃଥିବୀରେ ଇତି ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୫୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୪୦୦ ହଜାର କୋଟି ଡଲାରର କ୍ଷତି ହୋଇଛି।

ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପପୁଲେଶନ ଷ୍ଟଡ଼ି ଅନୁସାରେ ୨୦୨୦ରୋ ଭାରତୀୟଙ୍କ ପୁରୁଷଙ୍କ ହାରାହାରି ଜୀବନ ଧାରଣ ବୟସ ୬୯.୫ ବର୍ଷ ଥିବାବେଳେ ଏବେ ଏହା ୨ ବର୍ଷ କମି ୬୭.୫ ବର୍ଷରେ ପହଞ୍ଚିଛି। ସେହିପରି ମହିଳାଙ୍କ କ୍ଷେତ୍ରରେ ଏହା ୭୨ ବର୍ଷରୁ କମି ୬୯.୮ ବର୍ଷ ହୋଇଛି।

ଦେଶରେ ଏବେ ୩୫ରୁ ୬୯ ବର୍ଷ ବୟସ୍କଙ୍କ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। କରୋନା ଯୋଗୁ ୨୦୨୦ରେ ଏହି ବର୍ଷ ବୟସ୍କ ଲୋକଙ୍କର ଅଧିକ ମୃତ୍ୟୁ ଘଟିଛି।

ପୃଥିବୀର ୧୪୫ଟି ଦେଶରେ ହୋଇଥିବା ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି। କୋଭିଡ୍‌ ଇଣ୍ଡିଆ ଆପ୍ଲିକେଶନ ପ୍ରୋଗ୍ରାମିଂ ଇଣ୍ଟଫେସ୍‌ ପୋର୍ଟାଲର ସହାୟତା ମଧ୍ୟ ଏଥିରେ ଗ୍ରହଣ କରାଯାଇଛି। ଇଂଲଣ୍ଡ, ଓ୍ବେଲସ୍‌, ଆମେରିକା ଲୋକଙ୍କ ଜୀବନ ଧାରଣ ବୟସ ସୀମାରେ ହାରାହାରି ୧ ବର୍ଷରୁ ଅଧିକ କମିଛି। ସ୍ପେନ୍‌ରେ ଏହା ହାରାହାରି ୨.୨୮ ବର୍ଷ ରହିଛି।

Share