ଆଇପିଏଲ ଦର୍ଶକଙ୍କୁ ଚେତାବନୀ: ଷ୍ଟାଡିୟମକୁ ସିଏଏ-ଏନଆରସି ବ୍ୟାନର ନେଲେ ହେବ ଦୃଢ଼କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ,୩।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ (ଆଇପିଏଲ ୨୦୨୩) ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏକ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି। ଏହା ଅନୁଯାୟୀ, ଦିଲ୍ଲୀ, ମୋହାଲି, ହାଇଦ୍ରାବାଦ ଏବଂ ଅହମଦାବାଦରେ ଆଇପିଏଲ ମ୍ୟାଚ ସମୟରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଏବଂ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି) ବିରୋଧରେ ବ୍ୟାନର ନେବାକୁ ସେମାନଙ୍କୁ ଅନୁମତି ଦିଆଯିବ ନାହିଁ। ଏହାର ଉଲ୍ଲଂଘନକଲେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ ରାଜଧାନୀ, ଗୁଜରାଟ ଟାଇଟାନ୍ସ, ଲକ୍ଷ୍ନୌସୁପର ଜ୍ୟାଣ୍ଟସ, ସନରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସର ଟିକେଟ ପାର୍ଟନର ‘ପେଟିଏମ ଇନସାଇଡର୍‌’ କିଛି ’ନିଷିଦ୍ଧ ସାମଗ୍ରୀର ତାଲିକା ପ୍ରକାଶ କରିଛି। ସେଥିମଧ୍ୟରେ ସିଏଏ ଏବଂ ଏନଆରସି ବ୍ୟାନର ଅଛି।

 

ସାଧାରଣତଃ ବିସିସିଆଇ (ଇଣ୍ଡିଆନ କ୍ରିକେଟ ବୋର୍ଡ) ସହିତ ପରାମର୍ଶ କରିବା ପରେ ଏହା କରାଯାଇଥାଏ। କାରଣ କ୍ରୀଡା ଇଭେଣ୍ଟ କୌଣସି ସମ୍ବେଦନଶୀଳ ରାଜନୈତିକ କିମ୍ବା ନୀତିଗତ ପ୍ରସଙ୍ଗର ପ୍ରୋତ୍ସାହନ ପାଇଁ ଅନୁମତି ଦେଇ ନ ଥାଏ।

Share