ଭାରତକୁ ଚେତାବନୀ: ମେ’ ବେଳକୁ ଦୈନିକ ମୃତ୍ୟୁ ସଂଖ୍ୟା ଛୁଇଁବ ୫୬୦୦, କହିଲା ଆଇଏଚ୍‌ଏମ୍‌ଇ…

ଓ୍ବାଶିଂଟନ/ନୂଆଦିଲ୍ଳୀ,୨୪।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। କରୋନା ସଂକ୍ରମଣ ପୂର୍ବରୁ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ଏପରିସ୍ଥଳେ ଆମେରିକାର ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍‌ ଫର୍‌ ହେଲଥ୍‌ ମାଟ୍ରିକ୍ସ୍‌ ଆଣ୍ଡ ଇଭୋଲ୍ୟୁଶନ(ଆଇଏଚ୍‌ଏମ୍‌ଇ) ପକ୍ଷରୁ ଭାରତରେ କରୋନା ସ୍ଥିତି ନେଇ ଚେତାବନୀ ଜାରି ହୋଇଛି। ଆଇଏଚ୍‌ଏମ୍‌ଇ ଦ୍ୱାରା ପ୍ରକାଶିତ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମେ’ର ମଧ୍ୟ ଭାଗରେ ଭାରତରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ସେତେବେଳେ ଦେଶର ଦୈନିକ ମୃତ୍ୟୁ ହାର ୫୬୦୦ ଛୁଇଁବ। ମାସ୍କ୍‌ ପିନ୍ଧିଲେ ଦେଶରେ ୭୦ ହଜାର ଲୋକଙ୍କ ଜୀବନ ସୁରକ୍ଷିତ ରହିପାରିବ ବୋଲି ‘କୋଭିଡ୍‌-୧୯ ପ୍ରୋଜେକଶନ୍‌’ ଶୀର୍ଷକ ଏହି ରିପୋର୍ଟରେ ଦର୍ଶାଯାଇଛି। ସେହିପରି ସାମାଜିକ ଦୂରତା ବଜାୟ ରଖିଲେ ଭାରତରେ କରୋନା ସଂକ୍ରମଣ କମିପାରିବ ବୋଲି ଏଥିରେ ପ୍ରକାଶ ପାଇଛି।

Share