ମୁମ୍ବାଇ: ବଲିଉଡକୁ ‘କହୋ ନା ପ୍ୟାର ହୈ’ ଭଳି ସୁପରହିଟ୍ ଫିଲ୍ମ ଭେଟିଦେଇଥିବା ଅମିଶା ପଟେଲ ଏବେ ଅଡୁଆରେ ପଡିଯାଇଛନ୍ତି । ସେ ଯେ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି । ଭୋପାଳରେ ତାଙ୍କ ନାଁରେ ୱାରଣ୍ଟ ଜାରି କରାଯାଇଛି । ଚେକ୍ ବାଉନ୍ସ ମାମଲାରେ ଏହି ୱାରଣ୍ଟ ଜାରି କରାଯାଇଛି । କୋର୍ଟ ପକ୍ଷରୁ ତାଙ୍କୁ ଡିସେମ୍ବର ୪ ସୁଦ୍ଧା ହାଜର ହେବାକୁ କୁହାଯାଇଛି । ଅଭିନେତ୍ରୀଙ୍କ ବିରୋଧରେ ୩୨ ଲକ୍ଷରୁ ଅଧିକ ଟଙ୍କାର ଚେକ୍ ବାଉନ୍ସ ମାମଲା ରହିଛି । ସୂଚନାଯୋଗ୍ୟ, ଅମିଶାଙ୍କ ଉପରେ ୟୁଟିଏଫ୍ ଟେଲିଫିଲ୍ମସ ପ୍ରାଇଭେଟ ଲିମିଟେଡ ୩୨ ଲକ୍ଷ ୨୫ ହଜାର ଟଙ୍କାର ଚେକ୍ ବାଉନ୍ସ ମାମଲା ରୁଜୁ କରିଥିଲା । କମ୍ପାନୀର ଅଭିଯୋଗ କି ଅମିଶା ଏବଂ ତାଙ୍କ କମ୍ପାନୀ ଅମିଶା ପଟେଲ ପ୍ରଡକ୍ସନ ୟୁଟିଏଫ୍ ଟେଲିଫିଲ୍ମସ ପ୍ରାଇଭେଟ ଲିମିଟେଡଠାରୁ ୩୨ ଲକ୍ଷ ୨୫ ହଜାର ଟଙ୍କା ଫିଲ୍ମ ନିର୍ମାଣ ପାଇଁ ଉଧାର ନେଇଥିଲେ । ଏହି କଣ୍ଟ୍ରାକ୍ଟ ଆଧାରରେ କମ୍ପାନୀ ପକ୍ଷରୁ ଦିଆଯାଇଥିବା ୨ଟି ଚେକ ୩୨ ଲକ୍ଷ ୨୫ ହଜାର ଟଙ୍କାର ବାଉନ୍ସ ହୋଇଯାଇଥିଲା । ଯାହା ଫଳରେ ଏହାକୁ ନେଇ ଅମିଶାଙ୍କ ବିରୋଧରେ ଏବେ ୱାରଣ୍ଟ ଜାରି କରାଯାଇଛି ।