‘ହାପି ଡେଜ୍‌’ର ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କ ପରଲୋକ

ଓ୍ବାଶିଂଟନ, ୫।୧୨: ‘ହାପି ଡେଜ୍‌’ ଏବଂ ‘ଦି କାନନବଲ୍‌ ରନ୍‌’ରେ ଅଭିନୟ ପାଇଁ ଜଣାଶୁଣା ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଜଣେ ବ୍ୟସ୍ତବହୁଳ ଚରିତ୍ର ଅଭିନେତା ଭାବେ ସେ ଅନେକ ଶୋ’ରେ ଅଭିନୟ କରିଛନ୍ତି, ଯାହା ତାଙ୍କୁ ଟିଭିର ସବୁଠୁ ପରିଚିତ ଚେହେରାରେ ପରିଣତ କରିଥିଲା। କାଲିଫର୍ନିଆର ଭାଲେନ୍‌ସିଆସ୍ଥିତ ହେନ୍‌ରି ମାୟୋ ନ୍ୟୁହଲ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି।

Share