ଆଧ୍ୟାତ୍ମିକ ଓ ସଙ୍କିର୍ତ୍ତନର ସହର ବନାରସ। ଯେଉଁ ସହରରେ ନା ରେ ରହିଛି ରସ। ତେବେ ସେହି ସହରର ଖାଦ୍ୟ ପଦାର୍ଥ କେତେ ସ୍ବାଦିଷ୍ଠ ହୋଇ ନ ଥିବ। ବନାରସର ରାସ୍ତାକଡ଼ର ଖାଦ୍ୟ ଜଣାଇଥାଏ ଏହି ସହରର ପରମ୍ପରା ବିଷୟରେ। କାରଣ ଏହି ରାସ୍ତାକଡ଼ର ଖାଦ୍ୟ ସହରରେ ରହୁଥିବା ଲୋକଙ୍କ ସଂସ୍କୃତି ବିଷୟରେ ଜଣେଇଥାଏ। ଏହି ରାସ୍ତାକଡ଼ ଖାଦ୍ୟରୁ କ’ଣ କ’ଣ ପ୍ରସିଦ୍ଧ ଜାଣନ୍ତୁ।
କଚୁଡ଼ି, ତରକାରି: ବନାରସରେ ଏହାକୁ ଜଳଖିଆ ଭାବେ ଖାଇବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏହା ୨ ପ୍ରକାର ଥାଏ ଗୋଟେ ବଡ଼ ଗୋଟେ ଛୋଟ।
ମସଲା ମୁଙ୍ଗଫଲି: ଏହା ସକାଳୁ ମିଳିଯାଇଥାଏ। ପିଆଜ ଧଣିଆଚଟଣି ପଡ଼ି ଏହା ଚା ସହିତ ଦିଆ ଯାଉଥିବା ବେଳେ ଏହା ପ୍ଲେଟର ମୂଲ୍ୟ ୧୦ ରୁ ୩୦ ମଧ୍ୟରେ ଆରମ୍ଭ ହୋଇଥାଏ।
ଇଡ୍ଲି: ସାଉଥରେ ଇଡ୍ଲ ଲୋକପ୍ରିୟ ହୋଇଥିଲେ ମଧ୍ୟ ଏଠାରେ ସ୍ବାଦିଷ୍ଟ ମିଳିଥାଏ। ଯାହାର ଗୋଟେ ପ୍ଲେଟର ମୂଲ୍ୟ ୧୫ ଟଙ୍କା ହୋଇଥାଏ।
ଏହାସହିତ ଥଣ୍ଡାଲସି ଅଧିକ ଲୋକପ୍ରୟ ସହ ସ୍ବାଦିଷ୍ଟ ହୋଇଥାଏ। ତେବେ ବନାରସ ଯାଉଥିଲେ ବା ଯିବାକୁ ଯୋଜନା କରିଥିଲେ ଏହିସବୁ ଖାଦ୍ୟ ନିଶ୍ଚେ ଚାଖନ୍ତୁ।