Categories: ଫୁରସତ

ଓଜନ ବଢ଼ୁଥିଲେ…

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଅନେକଙ୍କଠାରେ ମେଦ ବହୁଳତାର କାରଣ ସାଜୁଛି। ବ୍ୟାୟାମ ନ କରି ଅଳ୍ପ ପରିଶ୍ରମ କରିବା ସହ ଉଚ୍ଚ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା, ମୃଦୁ ପାନୀୟ ପିଇବା ଦ୍ୱାରା ମେଦ ବୃଦ୍ଧି ହେଉଛି। ଆଉ ଏହି ମେଦ ବୃଦ୍ଧି କେତେ କ୍ଷତିକାରକ, ତାହା ସହଜରେ ଜାଣିହୁଏ ନାହିଁ ଏବଂ କେବେକେବେ ଏହା ହୃଦ୍‌ରୋଗ ଭଳି ଜଟିଳ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା
ଆବଶ୍ୟକ …
– ଓଜନ ବଢ଼ିଲେ ଯଦି କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି, ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ବୟସ, ଓଜନ ଓ ଉଚ୍ଚତାର ମାପକାଠି ଅର୍ଥାତ୍‌ ବଡିମାସ୍‌ ଇଣ୍ଡେକ୍ସ ଅନୁଯାୟୀ ରକ୍ତ ପରୀକ୍ଷା କରାଇ ନିଅନ୍ତୁ। ବ୍ଲଡ୍‌ ସୁଗାର, କୋଲେ୍‌ଷ୍ଟରଲ୍‌ ଆଦି ମାତ୍ରା ଠିକ୍‌ ଅଛି ନା ନାହିଁ ଚେକ୍‌ କରିନିଅନ୍ତୁ।
– ଫାଷ୍ଟଫୁଡ୍‌ ଓ ଜଙ୍କ୍‌ଫୁଡ୍‌, ବାହାରେ ମିଳୁଥିବା ଛଣାଛଣି, ସ୍ନାକ୍ସ, ଆଇସକ୍ରିମ୍‌ ଆଦି ହାଇ କ୍ୟାଲୋରିଯୁକ୍ତ ଖାଦ୍ୟ ଓଜନ ବୃଦ୍ଧି ସହ ବିଭିନ୍ନ ରୋଗର ମୁଖ୍ୟ କାରଣ। ଏହା ବଦଳରେ ଘରୋଇ ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ।
– ବର୍ତ୍ତମାନ ଶାରୀରିକ ବ୍ୟାୟାମ କମ୍‌ ହେଉଥିବାରୁ କ୍ୟାଲୋରି ଖର୍ଚ୍ଚ ନ ହୋଇ ମେଦ ବୃଦ୍ଧି ହେଉଛି। କେବଳ ଏତିକି ନୁହେଁ; ମୋବାଇଲ୍‌, କମ୍ପ୍ୟୁଟର ଆଦିର ଦୀର୍ଘ ବ୍ୟବହାର ବି ଏଥିପାଇଁ ଦାୟୀ। ତେଣୁ ପ୍ରତିଦିନ ଅତିକମ୍‌ରେ ଅଧ ଘଣ୍ଟା ଏକ୍ସରସାଇଜ୍‌ କରନ୍ତୁ।
– ଅନେକେ ବିଭିନ୍ନ କାରଣରୁ ମାନସିକ ଚାପ ଭିତରେ ଥାଆନ୍ତି। ଏହାସହ ଭାବପ୍ରବଣତା ଓ ବିରକ୍ତି ଭାବକୁ ଏଡ଼ାଇବାକୁ ଯାଇ ଆବଶ୍ୟକତାଠାରୁ ଅଧିକ ଖାଇଦିଅନ୍ତି, ଯାହାକି ମେଦବୃଦ୍ଧି କରି ବିଭିନ୍ନ ରୋଗ ଉପୁଜାଇଥାଏ। ତେଣୁ ନିଜକୁ ମାନସିକସ୍ତରରେ ମଧ୍ୟ ଫିଟ୍‌ ରଖନ୍ତୁ। ଏଥିପାଇଁ ସ୍ଲୋ ମ୍ୟୁଜିକ୍‌ ଶୁଣିପାରିବେ।
– ସର୍ବୋପରି ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ସହ ଠିକ୍‌ ସମୟରେ ଖାଇବା ଏବଂ ଶୋଇବା ଅଭ୍ୟାସ ରଖନ୍ତୁ। ଏହା ମଧ୍ୟ ଶରୀରର ଓଜନ ନିୟନ୍ତ୍ରଣରେ ରଖିବାରେ ବେଶ୍‌ ସାହାଯ୍ୟ କରିଥାଏ।

Share