ଯିବାର ଥିଲା ଅହମ୍ମଦାବାଦ, ପହଞ୍ଚିଗଲା ଲାହୋରରେ

ଇସଲାମାବାଦ,୧୧ା୬: ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଏକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଖରାପ ପାଗ ଯୋଗୁ ପାକିସ୍ତାନର ଲାହୋରରେ ପହଞ୍ଚିଥିଲା।

ସୂଚନାନୁସାରେ, ଭାରତୀୟ ବିମାନକ୍ଷେତ୍ରକୁ ଫେରିବା ପୂର୍ବରୁ ଏହା ଗୁଜରାନଓ୍ବାଲାରେ ପହଞ୍ଚିଥିଲା। ଅବଶ୍ୟ ଏହି ସମୟ ମଧ୍ୟରେ ବିମାନରେ କିଛି ଅଘଟଣ ଘଟି ନ ଥିଲା।

ଏକ ରିପୋର୍ଟରୁ ପ୍ରକାଶ ଯେ, ବିମାନ ରାଡାର ଅନୁଯାୟୀ, ଭାରତୀୟ ବିମାନ ଶନିବାର ରାତି ପ୍ରାୟ ୭.୩୦ରେ ଲାହୋରରେ ପ୍ରବେଶ କରିଥିଲା ଏବଂ ଏହା ପରେ ରାତି ୮.୧ରେ ଭାରତ ଫେରିଥିଲା। ବିମାନ ସେବା ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।

Share