ସୁଶାନ୍ତଙ୍କୁ କରାଯାଇଥିଲା ହତ୍ୟା? ନୂଆ ଦାବି ପରେ ପ୍ରେମିକା ରିୟା କଲେ ଏଭଳି ପୋଷ୍ଟ

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଛି। ହେଲେ ତାଙ୍କ ମୃତ୍ୟୁ ପଛର କାହାଣୀ ଆଜି ବି ରହସ୍ୟ ଘେରରେ। ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଇଥିଲା। ହେଲେ ନିକଟରେ କୁପର ହସ୍ପିଟାଲର ଜଣେ ଅଟୋପ୍ସି କର୍ମଚାରୀ ଅଭିନେତାଙ୍କୁ ହତ୍ୟା କରାଯାଇଥିବା କହି ଚର୍ଚ୍ଚାକୁ ଆସିଥିଲେ। ଏହାକୁ ନେଇ ସୁଶାନ୍ତଙ୍କ ପ୍ରଶଂସକ ପୁଣିଥରେ ମାମଲାର ତଦନ୍ତ ଦାବି କରୁଥିବା ବେଳେ ପ୍ରେମିକା ରିୟା ଚର୍କବର୍ତ୍ତୀ ଏକ ପୋଷ୍ଟ କରିଛନ୍ତି।

ଇନଷ୍ଟାଗ୍ରାମ ଷ୍ଟୋରୀରେ ରିୟା ଏକ ବାର୍ତ୍ତା ଶେୟାର କରିଛନ୍ତି। ସେଥିରେ ଲେଖାଅଛି ଯେ, ତୁମେ ନିଆଁକୁ ଡେଇଁ ଆସିଛ, ଝଡ଼ର ସମ୍ମୁଖୀନ ହୋଇ ନିଜକୁ ବଞ୍ଚାଇଛ, ସୈତାନ ଉପରେ ବିଜୟୀ ହୋଇଛ, ଏଣୁ ପରବର୍ତ୍ତୀ ସମୟରେ ତୁମେ ନିଜର ଶକ୍ତି ଉପରେ ସନ୍ଦେହ କଲାବେଳେ ଏହାକୁ ମନେ ପକାଇବ।

ପ୍ରକାଶ ଯେ, ସୁଶାନ୍ତଙ୍କ ପୋଷ୍ଟମର୍ଟମ ମୁମ୍ବାଇର କୁପର ଡାକ୍ତରଖାନାରେ ହୋଇଥିଲା। ଉକ୍ତ ଡାକ୍ତରଖାନାର କର୍ମଚାରୀ ରୁପକୁମାରଙ୍କ ବୟାନ ସାମ୍ନାକୁ ଆସିଛି। ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ସେଠାକୁ ୫ ମୃତଦେହ ଆସିଥିଲା। ସେଥିରେ ଜରେ ଭିଆଇପିଙ୍କର ଥିଲା। ଯେତେବେଳେ ଆମେ ପୋଷ୍ଟମର୍ଟମ ପାଇଁ ଗଲୁ ସେତେବେଳେ ଜଣାପଡ଼ିଲା ଯେ ସେ ସୁଶାନ୍ତଙ୍କର। ତାଙ୍କ ଶରୀରରେ ଅନେକ ଚିହ୍ନ ରହିଥିଲା। ବେକରେ ଦୁଇରୁ ତିନୋଟି ଥିଲା। ଏପରିକି ତାଙ୍କ ମୃତଦେହ ଅଲଗା ଲାଗୁଥିଲା। ମୁଁ ମୋର ସିନିୟରଙ୍କ ପାଖକୁ ଯାଇ ଏହି ମାମଲା ଆତ୍ମହତ୍ୟାର ନୁହେଁ ବୋଲି କହିଥିଲି। ହେଲେ ସେ ତାହାକୁ ଶୁଣି ନ ଥିଲେ। ପରେ ସେ ବିଷୟରେ କଥା ହେବା ବୋଲି କହିଥିଲେ।

ଏହି ଖୁଲାସା ପରେ ସୁଶାନ୍ତଙ୍କ ଭଉଣୀ ରୁପକୁମାରଙ୍କ ସୁରକ୍ଷା ଦାବି କରିଥିଲେ। ସେ ଏକ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହାଙ୍କୁ ଟ୍ୟାଗ୍‌ କରିଥିଲେ।

Share