ଟାଟୁ କରୁଥିଲେ…

କେବଳ ହାତ, ପିଠି କିମ୍ବା ଗୋଡ଼ରେ ନୁହେଁ; ଶରୀରର ବିଭିନ୍ନ ଅଂଶ ଏମିତିକି ଆଖିରେ ବି ଟାଟୁ କରିବାକୁ ପଛାଉ ନାହାନ୍ତି ଯୁବପିଢ଼ି। ହେଲେ କୌଣସି ଟାଟୁ ପାର୍ଲରରେ, ବାରମ୍ବାର ବ୍ୟବହାର ହେଉଥିବା ଛୁଞ୍ଚତ୍ ଏବଂ କେମିକାଲ ରଙ୍ଗ ବ୍ୟବହାର କରି ଟାଟୁ କରାଇବା ଦ୍ୱାରା କେତେକଙ୍କଠାରେ ଲାଲ ପଡ଼ି ଫଳିଯିବା, ଫୁଲିବା ଭଳି ସମସ୍ୟ ଉପୁଜୁଛି। ବେଳେବେଳେ ଉକ୍ତ ସ୍ଥାନରେ ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ୍‌ ବି ହେଉଥିବା ଦେଖିବାକ ମିଳୁଛି।
ପାର୍ଲରରେ ଟାଟୁ କରିବା ଲାଗି ବ୍ୟବହାର ହେଉଥିବା ଛୁଞ୍ଚତ୍, ପଞ୍ଚତ୍ଂ ଗନ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ଅନେକଙ୍କଠାରେ ବ୍ୟବହାର କରାଯାଇଥାଏ। ଏହାକୁ ଭଲ ଭାବେ ଜୀବାଣୁମୁକ୍ତ କରା ନ ଯାଇଥିବାରୁ ଏଚ୍‌ଆଇଭି, ହେପାଟାଇଟିସ୍‌ ଭଳି ରୋଗ ସଂକ୍ରମଣର ଆଶଙ୍କା ବଢ଼ିଥାଏ।
ଟାଟୁ କରିବା ଦ୍ୱାରା କେତେକଙ୍କଠାରେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗ ବି ସୃଷ୍ଟି ହୋଇଥାଏ।
କେବଳ ଗୋଟିଏ ରଙ୍ଗ(କଳା) ନୁହେଁ ବରଂ ଟାଟୁକୁ ଅଧିକ କଲରଫୁଲ୍‌ ଲୁକ୍‌ ଦେବାକୁ ସମସ୍ତେ ପସନ୍ଦ କରୁଛନ୍ତି। ହେଲେ ଜାଣନ୍ତିକି, ଏଥିପାଇଁ ବ୍ୟବହାର ହେଉଥିବା ରଙ୍ଗରେ ଆଲୁମିନିଅମ୍‌, ଟିଟାନିଅମ୍‌ ଡାଇଅକ୍ସାଇଡ୍‌, ଲେଡ୍‌, କ୍ରୋମିଅମ୍‌, ନିକେଲ୍‌, ଆଇରନ୍‌ ଅକ୍ସାଇଡ୍‌ ଭଳି ଅନେକ ଉପାଦାନ ରହିଥାଏ; ଯାହାକି ପରବର୍ତ୍ତୀ ସମୟରେ ତ୍ୱଚାରେ ଆଲର୍ଜିଠାରୁ ଆରମ୍ଭ କରି ତ୍ୱଚା ସମ୍ବନ୍ଧିତ ବିଭିନ୍ନ ସମସ୍ୟାର କାରଣ ସାଜିଥାଏ।
କେତେକ ଡିଜାଇନ୍‌ କରିବା ଲାଗି ଛୁଞ୍ଚତ୍କୁ ତ୍ୱଚାର ଅଧିକ ଭିତର ପର୍ଯ୍ୟନ୍ତ ଫୁଟାଇବାକୁ ହୋଇଥାଏ। ଫଳରେ ରଙ୍ଗ ମଧ୍ୟ ମାଂସପେଶୀ ଭିତରକୁ ଚାଲିଯାଇଥାଏ ଏବଂ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ବିଶେଷଜ୍ଞଙ୍କ ମତରେ ବିଶେଷ କରି କଳାଜାଇ ବା ତିଳ ଚିହ୍ନ ଥିବା ସ୍ଥାନରେ ଟାଟୁ କରାଇବା ଅଧିକ ସମସ୍ୟା ସୃଷ୍ଟି କରିଥାଏ।
ଟାଟୁ କଷ୍ଟରୁ ରକ୍ଷା ପାଇବା ଲାଗି ଅନେକେ ଷ୍ଟିକର ଟାଟୁ ବି ବ୍ୟବହାର କରୁଛନ୍ତି। ଏଥିରେ ଦିଆଯାଇଥିବା କେମିକାଲ ତ୍ୱଚା ଉପରେ ହାନିକାର ପ୍ରଭାବ ପକାଉଛି।