Posted inଫୁରସତ

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି ଭଲ ଓ ଖରାପ ସଙ୍କେତ ଦେଇଥାଏ। ଏହା ମଧ୍ୟରୁ କିଛି ସ୍ବପ୍ନକୁ ଶୁଭ ଓ ଅଶୁଭ ବୋଲି କୁହାଯାଇଥାଏ। ଆଗାମୀ ସମୟରେ ଆମର ଲାଭ ବା କ୍ଷତି ହେବା ତା’ନେଇ ଏହି ସ୍ବପ୍ନ ଆମକୁ ସୂଚାଇ ଥାଏ।

ତେବେ ସ୍ବପ୍ନରେ ସାପ ଦେଖିବା ଘଟଣାକୁ ଧର୍ମ ଜ୍ୟୋତିଷ ଏବଂ ସ୍ବପ୍ନ ଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଇଛି। କାହିଁକି ନା ହିନ୍ଦୁ ଧର୍ମରେ ସାପକୁ ଭଗବାନଙ୍କର ମାନ୍ୟତା ଦିଆଯାଇଥାଏ। ଏହା ସହିତ ସାପକୁ ଧନର ରକ୍ଷକ ଭାବରେ ମଧ୍ୟ ମନାଯାଏ। ତେବେ ସ୍ବପ୍ନରେ ସାପ ଦେଖିବା ବହୁତ ଖାସ ସଙ୍କେତର ସୂଚନା ଦେଇଥାଏ।

ସ୍ବପ୍ନରେ ବାରମ୍ବାର ସାପ ଦେଖିବା କୁଣ୍ଡଳିରେ କାଳସର୍ପ ଦୋଷ ହେବାର ସଙ୍କେତ ଦେଇଥାଏ। ଏହାକୁ ଦୂରେଇବା ପାଇଁ ଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ କରାଯିବା ଉଚିତ ନଚେତ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ସ୍ବପ୍ନରେ କଳା ରଙ୍ଗର ସାପ ଦେଖିବା ଅଶୁଭ ବୋଲି ମନାଯାଏ। ଏହା ନିକଟ ଭବିଷ୍ୟତରେ ଧନ ହାନୀ ହେବା କିମ୍ବା କୌଣସି ରୋଗରେ ପଡ଼ିବାର ସଙ୍କେତ ଦେଇଥାଏ। ସ୍ବପ୍ନରେ ଧଳା ରଙ୍ଗର ସାପ ଦେଖିବାକୁ ଶୁଭ ବୋଲି ମନାଯାଏ। ଏହା ଶୀଘ୍ର ଧନ ଲାଭ ହେବାର ସୂଚନା ଦେଇଥାଏ। ବରଂ ଏଭଳି ସ୍ବପ୍ନ ଦେଖିବା ଅପାର ଧନ, ସମ୍ମାନ ମିଳିବାର ସଙ୍କେତ ଦେଇଥାଏ।

ସ୍ବପ୍ନରେ ସାପକୁ ମାରୁଥିବାର ଦୃଶ୍ୟ ଦଖିବାକୁ ଶୁଭ ବୋଲି କୁହାଯାଏ। ଏହାର ଅର୍ଥ ଆପଣ ଶତ୍ରୁ ଉପରେ ବିଜୟ ହାସଲ କରିବାକୁ ଯାଉଛନ୍ତି କିମ୍ବା ଆପଣ କୌଣସି ବଡ଼ ସମସ୍ୟାରୁ ମୁକ୍ତି ପାଇବାକୁ ଯାଉଛନ୍ତି। ଯଦି ସ୍ବପ୍ନରେ ଆପଣଙ୍କୁ ସାପ କାମୁଡୁଥିବାର ଦୃଶ୍ୟ ଦେଖୁଛନ୍ତି ତେବେ ଏହାକୁ ଭଲ ବୋଲି ଧରାଯାଏ ନାହିଁ। ଏହା ନିକଟ ଭବିଷ୍ୟତରେ ଆପଣଙ୍କୁ କୌଣସି ରୋଗ ହେବା ସହ ଆପଣଙ୍କ ଜୀବନରେ ଏକ ବଡ଼ ସମସ୍ୟା ଆସୁଥିବାର ସଙ୍କେତ ଦେଇଥାଏ।

ଯଦି ଆପଣ ସ୍ବପ୍ନରେ ବାରମ୍ବାର ମଲା ସାପର ସୱପ୍ନ ଦେଖୁଛନ୍ତି ତ ଏହା ଆପଣଙ୍କ କୁଣ୍ଡଳିରେ ରାହୁ ଦୋଷ ହେବାର ସଙ୍କେତ ଦେଇଥାଏ। ଯଦି ଆପଣ ଏକାଠି ମାଳ ମାଳ ସାପ ଦେଖୁଛନ୍ତି ତେବେ ଏହାକୁ ଅଶୁଭ ସ୍ବପ୍ନ ବୋଲି କୁହାଯାଏ ନାହିଁ। ସ୍ବପ୍ନ ଶାସ୍ତ୍ରରେ ଏଭଳି ସ୍ବପ୍ନକୁ ଅଶୁଭ ଭାବରେ ଧରାଯାଏ। ଏହି ସ୍ବପ୍ନ ଆପଣଙ୍କ ଜୀବନରେ କିଛି ବଡ଼ ଅସୁବିଧା ଆସିବାର ସୂଚନା ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri