ସାଧାରଣ ମଣିଷର ସାଥୀ ଥିଲେ ବିଜୟ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ଦିବଂଗତ ବିଜୟ ମହାନ୍ତି ପରିବାରଜନଙ୍କ ପାଖରେ ଯେତିକି ପ୍ରିୟ ଥିଲେ, ତା’ଠାରୁ ଅଧିକ ସାରା ଓଡ଼ିଶାବାସୀଙ୍କ ଆପଣାର ଥିଲେ। ସିନେମା ମାଧ୍ୟମରେ ସାଧାରଣ ମଣିଷର ନିତିଦିନର ଦୁଃଖ ଓ ସୁଖର ସାଥୀ ପାଲଟିଥିଲେ। ତାଙ୍କ ମୃତ୍ୟୁରେ ପ୍ରତିଟି ଓଡ଼ିଆଙ୍କ ଛାତିରେ ଥିବା କୋହମିଶା ଆହାପଦ ତାଙ୍କ ଆତ୍ମାକୁ ଶାନ୍ତି ଦେବ। ତାଙ୍କ ଅସୁସ୍ଥତା ସମୟରେ ଯେଉଁମାନେ ଆମକୁ ଦୃଢ ହୋଇ ତାଙ୍କ ସେବା କରିବା ପାଇଁ ମନୋବଳ ଦେଇଛନ୍ତି ସେମାନଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ଜ୍ଞାପନ କରୁଛୁ।
ତାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ସମସ୍ତଙ୍କର ମନରେ ଇଚ୍ଛା ଅଛି। ମାତ୍ର ଏହି କରୋନା ମହାମାରୀ ସମୟରେ ଓ ପ୍ରଶାସନିକ କଟକଣା ମଧ୍ୟରେ ତାଙ୍କର ନିକଟତର ବନ୍ଧୁ ପରିଜନମାନଙ୍କୁ ନିମନ୍ତ୍ରଣ କରିବାର ସୁଯୋଗ ହରାଉଥିବାରୁ ଆମେ ନିଜକୁ ହତଭାଗ୍ୟ ମନେକରୁଛୁ। ଆଶା କରୁଛୁ ସମସ୍ତେ ନିଶ୍ଚୟ ହୃଦୟଙ୍ଗମ କରିବେ ବୋଲି ବିଜୟଙ୍କ ସ୍ତ୍ରୀ ତନ୍ଦ୍ରା ରାୟ ପ୍ରକାଶ କରିଛନ୍ତି।

Share