Categories: ଜାତୀୟ

ଧାରା ୩୭୦ ଉଚ୍ଛେଦ ସମୟରେ କେନ୍ଦ୍ର ସହ ଥିଲେ, ଏବେ ବିରୋଧୀଙ୍କ ସମର୍ଥନ ଲୋଡୁଛନ୍ତି, କେଜରିଓ୍ବାଲଙ୍କୁ ଓମାରଙ୍କ ସମାଲୋଚନା …

ଶ୍ରୀନଗର,୧୦।୬ : ନ୍ୟାଶନାଲ କନଫରେନ୍ସ (ଏନସି) ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେତେବେଳେ ଜମ୍ମୁ କଶ୍ମୀରରୁ ଧାରା ୩୬୦ ଅପସାରିତ ହୋଇଥିଲା, କେଜରିୱାଲ କେଉଁଠାରେ ଥିଲେ? ସେ ସେତେବେଳେ କେନ୍ଦ୍ର ସରକାରଙ୍କ ସହ ଛିଡା ହୋଇଥିଲେ ଏବଂ ଆଜି ସେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୁଦ୍ଧରେ ଅନ୍ୟ ଦଳଗୁଡ଼ିକର ସମର୍ଥନ ଲୋଡୁଛନ୍ତି।

ଏଏପି ସୁପ୍ରିମୋ କ୍ରମାଗତ ଭାବରେ ବିରୋଧୀ ଦଳର ନେତାମାନଙ୍କୁ ଭେଟି ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୁଦ୍ଧରେ ସମର୍ଥନ ହାସଲ କରିବାର ପ୍ରୟାସ କରୁଛନ୍ତି।

ରାଜୌରୀରେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ଓମାର ଏଭଳି କହିଛନ୍ତି। କେଜରିୱାଲ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ରଦ୍ଦ କରିବାକୁ ଚାହୁଁଛନ୍ତି, ଯାହାଫଳରେ ଦିଲ୍ଲୀରେ ଟ୍ରାନ୍ସଫର ପୋଷ୍ଟର କ୍ଷମତା ତାଙ୍କ ହାତକୁ ଫେରିବ।
ଏଥିପାଇଁ ଭାଜପା ସରକାରଙ୍କୁ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ଆବଶ୍ୟକ। ଏହି କାରଣରୁ କେଜରିଓ୍ବାଲ ଏବେ ବୁଲି ବୁଲି ବିଭିନ୍ନ ଦଳରୁ ସମର୍ଥନ ମାଗୁଛନ୍ତି ।

ଏଭଳି ପରିସ୍ଥିତିରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଏବଂ ଅଜୟ ମାକେନ କହିଛନ୍ତି କେଜରିୱାଲ ଦିଲ୍ଲୀର ଲୋକଙ୍କ ପାଇଁ ନୁହେଁ ବରଂ ନିଜକୁ ବଞ୍ଚାଇବା ପାଇଁ ଏହି ଅଧ୍ୟାଦେଶକୁ ବିରୋଧ କରୁଛନ୍ତି। ଏହା ସହିତ କେଜ୍ରିୱାଲଙ୍କୁ ସମର୍ଥନ ନ କରିବାକୁ ଉଭୟ ନେତା କଂଗ୍ରେସକୁ ନିବେଦନ କରିଛନ୍ତି।

Share