ପାଟଣା,୪ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ବୁଧବାର କାଳବୈଶାଖୀ ଜନିତ ବର୍ଷା ଯୋଗୁ ଆପ୍ରୋଚ ରୋଡ୍ ଭାଙ୍ଗିଯିବାରୁ ଗମନାଗମନରେ ବ୍ୟାହତ ସୃଷ୍ଟି ହୋଇଛି। ଲୋକେ ଯାତାୟାତ ପାଇଁ ହଇରାଣ ହରକତ ହୋଇଛନ୍ତି। ଏହି ବ୍ଲକ ବାଉଁଶୁଳି ପାଟଣା ରାସ୍ତାର ଜଡିଚାତର ନିକଟ ଜହ୍ନେଇ ନାଳ ଉପରେ ନିର୍ମାଣାଧୀନ ପୋଲର ଆପ୍ରୋଚ ରୋଡ୍ ଉପରେ ଜଳ ପ୍ରବାହିତ ହୋଇ କାଦୁଅରେ ପୂର୍ଣ୍ଣ ହୋଇଛି। ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ଶହଶହ ଗାଡ଼ିମୋଟର ଅଟକି ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ପାଟଣା ବ୍ଲକ ଅଞ୍ଚଳରେ ୪୩.୪ ମିଲିମିଟର ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଗୁରୁବାର ମଧ୍ୟ କେତେକ ସ୍ଥାନରେ ହାଲୁକା ପବନ ସାଙ୍ଗକୁ କିଛି ସ୍ଥାନରେ ଝିପିଝିପି ବର୍ଷା ହେଉଥିବା ଦେଖିବାକୁ ମିଳିଛି।